ସିଡ୍ନୀ,: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପ୍ୟାଟ୍ କୁମିନ୍ସ ଲଡର୍ସରେ ଜୁନ୍ ୧୧ରୁ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ
ୱାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଥିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିପାଇଁ ସେ ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ଏକ ପ୍ଲାଟଫର୍ମ ଭାବେ ବ୍ୟବହାର କରିବାକୁ ଚାହୁଛନ୍ତି । ଗୋଇଠିରେ ଆଘାତପ୍ରାପ୍ତ ଯୋଗୁ ଅଷ୍ଟ୍ରେଲୀୟ ଟେଷ୍ଟ ଅଧିନାୟକ କିଛି ଦିନ ହେଲା ଖେଳରୁ ନିଜକୁ ଦୂରେଇ ରଖିଛନ୍ତି । ୩୧ବର୍ଷୀୟ କୁମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଶନ୍ଧିର ସମୟ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା । ସିଡ୍ନୀରେ ଭାରତ ବିପକ୍ଷ ଫାଇନାଲ ଟେଷ୍ଟରେ ଗୋଇଠିରେ ଯନ୍ତ୍ରଣା ଯୋଗୁ ସେ କଷ୍ଟ ଅନୁଭବ କରିଥିଲେ । ଫଳତଃ ସେ ପରେ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ଚଳିତ ଚାମ୍ପୟନ୍ସ ଟ୍ରଫିରେ ଅଂଶଗ୍ରହଣରୁ ବଞ୍ଚତ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବାବେଳେ ଗତବର୍ଷର ଆଇପିଏଲ୍ ରନର ଅପ୍ ତାଙ୍କ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦ ସହିତ ସେ ଖେଳକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଆଶା ରଖିଛନ୍ତି ।
ଆଇପିଏଲ୍କୁ ଫେରିବା ଲକ୍ଷ୍ୟରେ କୁମିନ
Next Post