ଆଦିତ୍ୟ ଆଲୁମିନା ରିଫାଇନାରୀର ତରଫରୁ ‘ଜ୍ଞାନବୃଦ୍ଧି ପାଠଶାଳା\’ ଶୁଭାରମ୍ଭ

0 143

ରାୟଗଡ଼ା,: ଆଦିତ୍ୟ ଅଲୁମିନା ରିଫାଇନରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ ସହଯୋଗୀ କମ୍ପାନୀ, ଏହାର ପରିପାଶ୍ୱିର୍କ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଶୈଶବକୁ ସଶକ୍ତ ସକାଶେ ଆଦିତ୍ୟ ରିଫାଇନାରୀର ନିଆରା ଉଦ୍ୟମ ଆରମ୍ଭ କରିଅଛି । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ଶୁଭାରମ୍ଭ ହୋଇଛି ୧୦ ‘ଜ୍ଞାନବୃଦ୍ଧି ପାଠଶାଳା\’ । ଗତ ୨୭ ରିଖରେ ସ୍ଥାନୀୟ କଡ଼ାପଦର ଗ୍ରାମରେ ‘ଜ୍ଞାନବୃଦ୍ଧି ପାଠଶାଳା\’ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ଏହି କେନ୍ଦ୍ର କୁନିକୁନି ଶିକ୍ଷାର୍ଥୀଙ୍କୁ କୋଚିଂ ମାଧ୍ୟମରେ ଅଞ୍ଚଳର ଶୈଶବଙ୍କୁ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଅଛି । ଏହି କେନ୍ଦ୍ର ଗୁଡ଼ିକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକତା ମୂଲ୍ୟବୋଧ ଏବଂ ସାମଗ୍ରୀକ ବିକାଶ ଦିଗ ଉପରେ ମଧ୍ୟ ଗୁରୁତ୍ୱ ଦେବ । କମ୍ପାନୀ ତରଫରୁ ପ୍ରଥମ ପର୍ଯ୍ୟାୟରେ, ୧୦ଟି କେନ୍ଦ୍ର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କୋଚିଂ ପ୍ରଦାନ କରିବ । ଆଗାମୀ ଭବିଷ୍ୟତରେ ଏହାକୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରାଯାଇଅଛି । ଏହି କେନ୍ଦ୍ର ଉଦଘାଟନ ଅବସରରେ ମଜହର ବେଗ କାରଖାନା ମୁଖ୍ୟ ତଥା ଅଧ୍ୟକ୍ଷ, ଡ଼. କୃଷ୍ଣ ପଢ଼ି କ୍ଲଷ୍ଟର ମାନବ ସମ୍ବଳ ମୁଖ୍ୟ, କୌଶିକୀଶରଣ ମିଶ୍ର ଉପାଧ୍ୟକ୍ଷ, ବସୁଦେବ ଖୁଣ୍ଟିଆ ବ୍ୟାବସାୟିକ ଓ ଆର୍ଥିକ ବିଭାଗ ମୁଖ୍ୟ, ଦୀପକ ମହାନ୍ତି ମାନବ ସମ୍ବଳ ମୁଖ୍ୟ, ଶିବ ମହାପାତ୍ର କ୍ଲଷ୍ଟର ସିଏସଆର ମୁଖ୍ୟ, ଏବଂ ତନ୍ମୟ ମହାନ୍ତି ସିଏସଆର ମୁଖ୍ୟ ପ୍ରମୁଖ ଯୋଗଦେଇ ଥିଲେ । ଆଦିତ୍ୟ ରିଫାଇନାରୀ ତରଫରୁ ଏଭଳି ଉଦ୍ୟମ ଅଞ୍ଚଳର ଶିଶୁ ପ୍ରତିଭାମାନଙ୍କୁ ନୂତନପ୍ରୋତ୍ସାହନ ଦେବ । ଏଥିସହ ଉକ୍ତ ଛାତ୍ରଛାତ୍ରୀଙ୍କ ଏକ ଉଜ୍ୱଳ ଭବିଷ୍ୟତ ଗଢ଼ି ତୋଳିବା ପାଇଁ ଆମର ପ୍ରତିବଦ୍ଧତାକୁ ଏହି ଅଭିଯାନ ଦର୍ଶାଉଛି ବୋଲି କାରଖାନା ମୁଖ୍ୟ ଶ୍ରୀ ମଜହର ବେଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.