ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଖୁସି ଖବର ପିଏଫ୍‌ରୁ ଉଠାଇ ପାରିବେ ୫ ଲକ୍ଷ ଟଙ୍କା

0 110

ନୂଆଦିଲ୍ଲୀ,: କର୍ମ·ରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଏହାର ସଦସ୍ୟମାନଙ୍କ ଲାଗି ଉଠାଣ ସୀମାରେ ୫ ଗୁଣା ବୃଦ୍ଧି କରାଯାଇଛି । ସ୍ୱୟଂକ୍ରିୟ ଉଠାଣ ସୀମାକୁ ବର୍ତ୍ତମାନର ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି । ଏହି ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସଚିବ ସୁମିତା ଦୱାରା ଅନୁମୋଦନ ଦେଇଥିବା ସୂଚନା ମିଳିଛି । ଗତ ସପ୍ତାହରେ ଶ୍ରୀନଗରରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବେଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ତାହା ମଞ୍ଜୁର ହୋଇଥିଲା । ଇପିଏଫ୍ଓର ସ୍ୱୟଂକ୍ରିୟ ଉନ୍ନତ ଦାବି ସମାଧାନ ବ୍ୟବସ୍ଥା ଅଧୀନରେ ଉଠାଣ ସୀମାକୁ
୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଅନୁଷ୍ଠାନର ୭.୫ କୋଟିରୁ ଅଧିକ ସଦସ୍ୟ ଉପକୃତ ହେବେ । ଜରୁରୀକାଳୀନ ମେଡିକାଲ୍ ଖର୍ଚ୍ଚ ବହନ କରିବା ଲାଗି ୨୦୨୦ ଏପ୍ରିଲ୍ରେ ସ୍ୱୟଂକ୍ରିୟ ଉଠାଣ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏହାପରେ ବିଭିନ୍ନ ପର୍ଯ୍ୟାୟରେ ସେଥିରେ ଶିକ୍ଷା, ବିବାହ ଓ ଘର ତିଆରି ଖର୍ଚ୍ଚକୁ ଯୋଡ଼ା ଯାଇଥିଲା । ୨୦୨୪ ମେ’ରେ ଇପିଏଫ୍ଓ ପକ୍ଷରୁ ଉଠାଣ ସୀମାକୁ ୫୦ ହଜାର ଟଙ୍କାରୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇଥିଲା । ଏବେ ସେହି ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସଦସ୍ୟମାନେ ସ୍ୱୟଂକ୍ରିୟ ଉଠାଣ ବ୍ୟବସ୍ଥା ବ୍ୟବହାର କରି ତିନି ଦିନ ଭିତରେ ଟଙ୍କା ପାଇପାରିବେ । ଏହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ପରି·ଳିତ ହେଉଥିବା ଏକ ଦାବି ସମାଧାନ ବ୍ୟବସ୍ଥା, ଯେଉଁଥିରେ ମାନବ ହସ୍ତକ୍ଷେପ ରହୁନାହିଁ । ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ୬ ସୁଦ୍ଧା ୨.୧୬ କୋଟି ସ୍ୱୟଂକ୍ରିୟ ଦାବି ସମାଧାନ କରି ଇପିଏଫ୍ଓ ରେକର୍ଡ କରିଛି । ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ ସ୍ୱୟଂକ୍ରିୟ ଦାବି ସଂଖ୍ୟା ୮୯.୫୨ ଲକ୍ଷ ଥିଲା । ଦାବି ପ୍ରତ୍ୟାଖ୍ୟାନ ହାର ମଧ୍ୟ ଇତି ମଧ୍ୟରେ ୫୦ ପ୍ରତିଶତରୁ ହ୍ରାସ ପାଇ ୩୦ ପ୍ରତିଶତ ହୋଇଛି । ଦାବି ସମାଧାନ ପ୍ରକ୍ରିୟାର ସରଳୀକରଣ କରିବା ଲାଗି ପିଏଫ୍ ଉଠାଣ ପାଇଁ ଆବଶ୍ୟକ ହେଉଥିବା ପ୍ରମାଣନ ସଂଖ୍ୟାକୁ ୨୭ରୁ ହ୍ରାସ କରି ୧୮ କରାଯାଇଛି ଏବଂ ଆଗାମୀ ଦିନରେ ତାହା ୬କୁ ହ୍ରାସ ପାଇବ । ଖୁବ୍ଶୀଘ୍ର ଇପିଏଫ୍ଓ ଏହାର ବ୍ୟବସ୍ଥା ସହ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ)ର ସମନ୍ୱୟ କରିବୟ ଫଳରେ ସଦସ୍ୟମାନେ ଫୋନପେ, ଗୁଗୁଲ୍ପେ ଓ ପେଟିଏମ୍ ଭଳି ୟୁପିଆଇ ଆପ୍ ଜରିଆରେ ସେମାନଙ୍କ ପିଏଫ୍ ପାଣ୍ଠି ପାଇପାରିବେ । ଏହି ପ୍ରସ୍ତାବକୁ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ମଞ୍ଜୁର କରିଛନ୍ତି । ଚଳିତ ବର୍ଷ ମେ’ କିମ୍ବା ଜୁନ୍ ସୁଦ୍ଧା ତାହା ସଦସ୍ୟମାନଙ୍କ ଲାଗି ଉପଲବ୍ଧ ହେବ । ୟୁପିଆଇ ସେବା ଆସିବା ପରେ ଦାବି ସମାଧାନ ଲାଗି ବର୍ତ୍ତମାନ ଲାଗୁ ଥିବା ୨-୩ ଦିନର ସମୟ କିଛି ମିନିଟ୍କୁ ହ୍ରାସ ପାଇବ ।

Leave A Reply

Your email address will not be published.