ହାଇଦ୍ରାବାଦ, : ଅଭିନେତ୍ରୀ ରଶ୍ମିକା ମନ୍ଦାନା ସମ୍ପ୍ରତି ନିଜର ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମ “ଦି ଗର୍ଲଫ୍ରେଣ୍ଡ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମକୁ ନେଇ ରଶ୍ମିକାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଫିଲ୍ମକୁ ଯଥାଶୀଘ୍ର ରିଲିଜ୍ କରିବା ପାଇଁ ସେମାନେ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ୍ ଆରମ୍ଭ କରିଛନ୍ତି । ଏନେଇ ରଶ୍ମିକା ତାଙ୍କ ଏକ୍ସ’ ହ୍ୟାଣ୍ଡେଲରେ କହିଛନ୍ତି, ପ୍ରିୟ ପ୍ରଶଂସକମାନେ, “ଦି ଗର୍ଲଫ୍ରେଣ୍ଡ’ ଫିଲ୍ମ ଯଥାଶୀଘ୍ର ରିଲିଜ୍ ହେଉ ବୋଲି ଆପଣମାନେ ·ହୁଁଛନ୍ତି । ଏଥିପାଇଁ ଆପଣମାନେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ମଧ୍ୟ ଆରମ୍ଭ କରିଛନ୍ତି । “ଦି ଗର୍ଲଫ୍ରେଣ୍ଡ’ର ପୂରା ଟିମ୍ ପ୍ରତି ଏହା ଆପଣଙ୍କ ଭଲ ପାଇବାକୁ ଦର୍ଶାଉଛି । ସମ୍ପ୍ରତି ନିଦେ୍ର୍ଦଶକ ରାହୁଲ ରବୀନ୍ଦ୍ରନ୍ “ଦି ଗର୍ଲଫ୍ରେଣ୍ଡ’ ଫିଲ୍ମକୁ ଉକ୍ରୃଷ୍ଟ କରିବା ପାଇଁ କଠିନ ପ୍ରୟାସ କରୁଛନ୍ତି । “ଦି ଗର୍ଲଫ୍ରେଣ୍ଡ’ ସମ୍ପୂର୍ଣ୍ଣ ଭାବରେ ଏକ ଚରିତ୍ର ଆଧାରିତ ଫିଲ୍ମ, ଯାହା ଏହାକୁ ଅନ୍ୟ ଫିଲ୍ମଗୁଡ଼ିକଠାରୁ ଅଲଗା କରୁଛି । ଫିଲ୍ମକୁ ଶୀଘ୍ର ରିଲିଜ୍ ନେଇ ପ୍ରଶଂସକଙ୍କ
ଟ୍ରେଣ୍ଡ୍ ପରେ ଏହାର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହ ଯଥାଶୀଘ୍ର “ଦି ଗର୍ଲଫ୍ରେଣ୍ଡ’କୁ ରିଲିଜ୍ କରାଯିବ ବୋଲି ରଶ୍ମିକା ନିଜ ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । “ଦି ଗର୍ଲଫ୍ରେଣ୍ଡ’ ଏକ ତେଲୁଗୁ ଫିଲ୍ମ ହୋଇଥିବାବେଳେ ଏହାକୁ ହିନ୍ଦୀ, ତାମିଲ, ମାଲୟାଲମ ଏବଂ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍ କରାଯିବ ବୋଲି ଫିଲ୍ମ ନିର୍ମାତାଙ୍କ ସୂତ୍ରରୁ ଜଣାପଡ଼ିଛି ।
ଖୁବ୍ଶୀଘ୍ର ରିଲିଜ୍ ହେବ “ଦି ଗର୍ଲଫ୍ରେଣ୍ଡ
Prev Post