ନବଜାତ ନାତିକୁ ନେଇ ମହାକୁମ୍ଭରେ ଅମିତ ଶାହ

Amit Shah with his newborn grandson at Mahakumbh

0 76

ପ୍ରୟାଗରାଜ, : ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି । ପବିତ୍ର ତ୍ରିବେଣୀ ସଙ୍ଗମରେ ସାମାଜିକ ସଦ୍ଭାବନା ଓ ସଦିଚ୍ଛାର ପ୍ରତୀକ ‘ମହାକୁମ୍ଭ\’ରେ ଶ୍ରଦ୍ଧାଳୁ ସନ୍ଥଙ୍କ ଉପସ୍ଥିତିରେ ସ୍ନାନ କରିବା ପରେ ଅମିତ ଶାହ ତାଙ୍କ ଅନୁଭୂତି ଏକ୍ସରେ ପୋଷ୍ଟ କରିଛନ୍ତି । ସମସ୍ତଙ୍କ ମଙ୍ଗଳ ପାଇଁ ସେ ମା\’ ଗଙ୍ଗା, ମା\’ ଯମୁନା ଓ ମା\’ ସରସ୍ୱତୀଙ୍କୁ ପ୍ରାର୍ଥନା କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ମହାକୁମ୍ଭ ଦେଶବାସୀଙ୍କ ମଧ୍ୟରେ ସନାତନ ପରମ୍ପରା ପ୍ରତି ଏକତା ଏବଂ ଗର୍ବର ଭାବନା ବଢ଼ାଉଛି । ସେ ସଙ୍ଗମ କୂଳରେ ପରିବାର ସହ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ସମୃଦ୍ଧି ଓ ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ । ଅମିତ ଶାହ କହିଥିଲେ ଯେ ମହାକୁମ୍ଭ ସନାତନ ସଂସ୍କୃତିର ନିରବଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ । କୁମ୍ଭ ଆମର ସନାତନ ଜୀବନ ଦର୍ଶନର ସମନ୍ୱୟ ଓ ପ୍ରତିଫଳନ । ସମଗ୍ର ବିଶ୍ୱକୁ ସମାନତା ଓ ସଦ୍ଭାବନାର ବାର୍ତ୍ତା ଦେଉଥିବା ସନାତନ ଧର୍ମର ମହାକୁମ୍ଭ କେବଳ ଏକ ତୀର୍ଥସ୍ଥଳୀ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଓ ଜ୍ଞାନ ପରମ୍ପରାର ସଂଗମ ।

Leave A Reply

Your email address will not be published.