ନୂଆଦିଲ୍ଲୀ,: ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି । ବଜେଟ ପରେ ରବିବାର ତେଲ
ରେଟ୍ ନୂଆ ଜାରି ହୋଇଛି । ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି । କିନ୍ତୁ, ରବିବାର ଦିନ
ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କେତେ ଅଛି ଆସନ୍ତୁ ଜାଣିବା । କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ଥିବା ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା କେଉଁ ସହରର
କେତେ ରହିଛି ଡିଜେଲ-ପେଟ୍ରୋଲ ମୂଲ୍ୟ? ଆଜି ଭୁବନେଶ୍ୱରରେ ପେଟ୍ରୋଲ ରେଟ ୧୦୧.୧୧ ଟଙ୍କା ରହିଥିବା
ବେଳେ ଲିଟରେ ଡିଜେଲ ତେଲ ରେଟ ୯୨.୬୯ ପଇସା ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୪.୭୭ ରହିଥିବା ବେଳେ ଡିଜେଲ(୧ ଲିଟର) ୮୭.୬୭ ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୫୦ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୦୩ ରହିଛି । ସୂଚନାଥାଉ କି,
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ । ଏଥିପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ ଏସ୍ଏମ୍ଏସ୍ ପଠାଇବାକୁ ପଡିବ ।
Prev Post