ଲୋକଙ୍କ ପାଇଁ ଖୋଲିବ କେଜ୍ରିୱାଲଙ୍କ \”ଶୀଶ୍‌ମହଲ୍‌\’: ଅମିତ ଶାହ

Kejriwal's ``Shishmahal'' to open for people: Amit Shah

0 79

ନୂଆଦିଲ୍ଲୀ,: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜଙ୍ଗପୁରାରେ ଆୟୋଜିତ
ନିର୍ବାଚନୀ ରାଲିରେ ‘ଶୀଶମହଲ\’କୁ ନେଇ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ \”ଶୀଶ୍‌ମହଲ ପାଇଁ ଖର୍ଚ୍ଚ ହୋଇଥିବା ୫୧,୦୦୦ କୋଟି ଟଙ୍କା ଦିଲ୍ଲୀବାସୀଙ୍କର । ୨୦୧୩ ମସିହାରେ କେଜ୍ରିୱାଲ କହିଥିଲେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ଘର, ଗାଡ଼ି କିମ୍ବା ସୁରକ୍ଷା ନେବେ ନାହିଁ । କିନ୍ତୁ ସେ ଏକ ଗାଡ଼ି ଏବଂ ଏକ ବଙ୍ଗଳା ନେଇଥିଲେ । ସେ ଗୋଟିଏ ଘରରେ ସନ୍ତୁଷ୍ଟ ନଥିଲେ, ତେଣୁ ସେ ‘ଶୀଶମହଲ\’ ନିର୍ମାଣ କରିଥିଲେ । ଏହି ୫୧,୦୦୦ କୋଟି ଟଙ୍କା କାହାର? ଏହା ଦିଲ୍ଲୀବାସୀଙ୍କର । ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଆମେ ସାଧାରଣ ଲୋକଙ୍କ ଲାଗି ‘ଶୀଶ୍‌ମହଲ\’ ଖୋଲିବୁ ।\’ ଆପ ନେତା ମନୀଷ ସିସୋଦିଆଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପାଟପରଗଞ୍ଜର ବାସିନ୍ଦାଙ୍କୁ ଠକିଛନ୍ତି । ମନୀଷ ସିସୋଦିଆ
(ଜଙ୍ଗପୁରା ନିର୍ବାଚନମଣ୍ଡଳୀରୁ ଆପ ପ୍ରାର୍ଥୀ) ଏବେ ଏଠାକୁ ଆସିଛନ୍ତି । ଆପଣ ତାଙ୍କୁ ପଚାରିବା ଉଚିତ ଯେ, ସେ ଏପରି କ\’ଣ କରିଥିଲେ ତାଙ୍କୁ ପାଟପରଗଞ୍ଜ (ନିର୍ବାଚନମଣ୍ଡଳୀ) ଛାଡିବାକୁ ପଡିଲା? ସେ ଭାବୁଛନ୍ତି ପାଟପରଗଞ୍ଜର ଲୋକମାନଙ୍କୁ ଠକିବା ପରେ ସେ ଏବେ ଜଙ୍ଗପୁରାରେ ମିଥ୍ୟା ପ୍ରତିଶ୍ରୁତି ଦେବେ । ବିଜେପି ନେତା ଆହୁରି କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ଭାବରେ, ସିସୋଦିଆ ସମସ୍ତ ମନ୍ଦିର, ସ୍କୁଲ ଏବଂ ଗୁରୁଦ୍ୱାର ନିକଟରେ ମଦ ଦୋକାନ ଖୋଲିଥିଲେ । ଦେଶରେ ଏଭଳି ଜଣେ ଶିକ୍ଷାମନ୍ତ୍ରୀ ଯିଏ ମଦ ଦୁର୍ନୀତିରେ ଜେଲ ଯାଇଥିଲେ ବୋଲି ସିସୋଦିଆଙ୍କୁ କଟାକ୍ଷ କରି କହିଛନ୍ତି ଶାହ । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କ ଟାର୍ଗେଟ କରି ଶାହ କହିଛନ୍ତି, ବଡେ ମିଆଁ ଏବଂ ଛୋଟେ ମିଆଁ ଦିଲ୍ଲୀକୁ ଠକିଛନ୍ତି । ଉଲ୍ଲେଖଯୋଗ୍ୟ, ବର୍ତ୍ତମାନର ପାଟପରଗଞ୍ଜ ବିଧାୟକ ମନୀଷ ସିସୋଦିଆ ଜଙ୍ଗପୁରା ବିଧାନସଭା ଆସନରୁ ବିଜେପିର ତରବିନ୍ଦର ସିଂହ ମାରୱାହ ଏବଂ କଂଗ୍ରେସର ଫରହାଦ ସୁରୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱ-ିତା କରିବାକୁ ଯାଉଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି । ଦିଲ୍ଲୀରେ ଫେବ୍ରୁଆରୀ ୫ରେ ନିର୍ବାଚନ ହେବ ଏବଂ ଫେବ୍ରୁଆରୀ ୮ରେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ରେଜଲ୍ଟ ଆସିବା ପରେ କେଉଁ ଦଳ ଦିଲ୍ଲୀରେ ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ । ସୋମବାର ପ୍ରଚାର ଶେଷ ହୋଇଥିବା ବେଳେ ବୁଧବାର ମତଦାନ ଏବଂ ଶନିବାର ଆସିବ ଦିଲ୍ଲୀ ରେଜଲ୍ଟ ।

Leave A Reply

Your email address will not be published.