ଭୁବନେଶ୍ୱର, : ସୋମବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମାର୍ଚ୍ଚ୨୪ତାରିଖ ଦିନ୧୨.୩୦ରେ ବାୟୁସେନା ବିମାନ ଯୋଗେ ସ୍ୱାମୀବିବେକାନନ୍ଦ ବିମାନବନ୍ଦର, ରାୟପୁର, ଛତିଶଗଡ଼ରୁ ବାହାରି ଦିନ୧.୩୦ମିନିଟରେ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଁଚିବେ । ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରିବେ । ସେଠାର ସଡ଼କପଥରେ ଯାଇ କଣ୍ଟିଲୋସ୍ଥିତ ଅତିଥିଭବନରେ ସାମୟିକ ବିଶ୍ରାମ କରିବେ । ପରେ ପରେ ସେଦିନ ସେ ଅପରାହ୍ଣ ୩.୦୫ମି. ସମୟରେ ପ୍ରଭୁ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ । ପରେପରେ ରାଷ୍ଟ୍ରପତି ଅପରାହ୍ଣ ୩.୩୫ସମୟରେ ନୟାଗଡ଼ର କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ରାଜଭବନରେ ରାତ୍ରିରହଣୀ କରିବେ ଏବଂ ତହିଁ ପରଦିନ ୨୫ତାରିଖ ସକାଳେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।