ଆସିଲା ବିକଶିତ ଗାଁ, ବିକଶିତ ଓଡ଼ିଶା ମାର୍ଗଦର୍ଶିକା

Here comes the developed village, the developed Odisha guide

0 74

ଭୁବନେଶ୍‌ର, : ଆସିଲା ‘ବିକଶିତ ଗାଁ, ବିକଶିତ ଓଡ଼ିଶା\’ ମାର୍ଗଦର୍ଶିକା । ଆସନ୍ତା ଫେବ୍ରୁଆରୀ ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ ନିର୍ଦ୍ଦେଶ । ଜିଲ୍ଲାପାଳ ଓ ବିଡିଓଙ୍କୁ ପଠାଗଲା ମାର୍ଗଦର୍ଶିକା  ୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ସରକାର ବଜେଟରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି । ନୂଆ ମାର୍ଗଦର୍ଶିକା ମୁତାବକ ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ । ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ । ଏଥିପାଇଁ ମୋଟ ପାଣ୍ଠିର ୪୦ ପ୍ରତିଶତ ବା ୪୦୦ କୋଟି କେବଳ ଆଇଟିଡିଏ ବା ଇଣ୍ଟିଗ୍ରେଟେଡ୍‌ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧୀନରେ ଥିବା ବ୍ଲକରେ ଖର୍ଚ୍ଚ ହେବ । ରାଜ୍ୟର ମୋଟ ୩୧୪ ବ୍ଳକ୍ ଭିତରୁ ୧୨୧ଟି ବ୍ଳକ୍ ଆଇଟିଡିଏ ଅଧୀନରେ ଆସୁଛି । ଏସବୁ ଅଞ୍ଚଳର ବିକାଶକୁ ସରକାର ଅଧିକ ଗୁରୁତ୍ୱ ଦେବେ । ବାକି ୧୯୩ଟି ବ୍ଲକରେ ଥିବା ପଞ୍ଚାୟତକୁ ୬୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ ହେବ । ପ୍ରତି ଗାଁରେ ଭଲ ରାସ୍ତା ନିର୍ମାଣ ପାଇଁ ଟଙ୍କା ଦିଆଯିବ । ଗାଁରେ ବ୍ଲକ ଟପ୍ ରୋଡ୍‌, କଂକ୍ରିଟ୍‌ ରୋଡ଼ ଓ ପେଭର ବ୍ଲକ ରାସ୍ତା ତିଆରି ହେବ । ଆବଶ୍ୟକ ସ୍ଥାନରେ ଡ୍ରେନ୍ ବି ନିର୍ମାଣ ହେବ । ତେବେ ପଞ୍ଚାୟତକୁ ମିଳିଥିବା ମୋଟ ପାଣ୍ଠିର ୩୫ ପ୍ରତିଶତ କେବଳ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ । ଏହାଠାରୁ ଅଧିକ ଟଙ୍କା ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ କରିହେବନି । ସଂରକ୍ଷିତ ଜଙ୍ଗଲ ଓ ଜଙ୍ଗଲ ଅଞ୍ଚଳ ଭିତରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ମେଟାଲିଂ ମାନର ରାସ୍ତା ନିର୍ମାଣ କରଯିବ । ପୂର୍ବରୁ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ଜଙ୍ଗଲ ଅଞ୍ଚଳରେ ରାସ୍ତା ତିଆରି ଉପରେ କଟକଣା ଥିଲା । ଏଣିକି ଏହି ଯୋଜନା ଅଧୀନରେ ପ୍ରତି ବ୍ଲକରେ ରିଡିଂ ରୁମ୍ ବା ପଠନ ଗୃହ ବ୍ୟବସ୍ଥା କରାଯିବ । ଏଠାରେ ପଢ଼ା ବହି ସାଙ୍ଗକୁ ଇଣ୍ଟରନେଟ୍ ସୁବଧା ମିଳିବ । ସକାଳ ୯ଟାରୁ ରାତି ୯ଟା ଯିଏ ଏହା ଖୋଲା ରହିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଏଠାରେ ସ୍ୱଳ୍ପ ଦେୟ ଦେଇ ଆରାମରେ ବସି ପଢ଼ିପାରିବେ । ସେହିଭଳି ପଞ୍ଚାୟତରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗ୍ ରୁମ୍‌, ମର୍କେଟ୍ ସେଡ୍ ତିଆରି ପାଇଁ ଟଙ୍କା ମିଳିବ । ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ତିଆରି ହେବ । ସବୁ ଧର୍ମର ଉପାସନାସ୍ଥଳୀ ବା ଧାର୍ମିକ ପୀଠର ବିକାଶ ପାଇଁ ପାଣ୍ଠି ଖର୍ଚ୍ଚ ହେବ । ଧାର୍ମିକ ସ୍ଥଳ ପାଖରେ ଶୌଚାଳୟ ଓ ପିଇବା ପାଣି ସୁବିଧା କରାଯିବ । ପଞ୍ଚାୟତରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବ୍ୟବସ୍ଥା ହେବ । ଶିକ୍ଷା ଭିତ୍ତିଭୂମି ପାଇଁ ମଧ୍ୟ ଏହି ଯେଜନାରୁ ପାଣ୍ଠି ମିଳିବ । ବିଦ୍ୟାଳୟର ଆଧୁନିକୀକରଣ, ପ୍ରତି ଗାଁରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ । ଲମ୍ବ ଡ଼ିଆଁ ଓ ଉଚ୍ଚ ଡ଼ିଆଁ ପାଇଁ ବ୍ୟବସ୍ଥା ରହିବ । ସବୁଠୁ ବଡ଼ କଥା ହେଉଛି, ନୂଆ ସରକାର ପୁରୁଣା ପ୍ରକଳ୍ପର ଆବଶ୍ୟକତାକୁ ହୃଦୟାଙ୍ଗମ କରି ପାଣ୍ଠି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆମ ଓଡ଼ିଶା, ନବୀନ
ଓଡ଼ିଶା ଯେଜନାରେ ଆରମ୍ଭ ହୋଇ ଅଟକି ଯାଇଥିବା ପ୍ରକଳ୍ପ ପାଇଁ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରୁ ଟଙ୍କା ଦେଇ ହେବ । ପୁରୁଣା ପ୍ରକଳ୍ପ କାମରେ ମୋଟ ପାଣ୍ଠିର ୨୦ ପ୍ରତିଶତରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ଯାଇ ଏହାକୁ
ଆଗେଇବାକୁ ଅନୁମତି ମିଳିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ସବୁ ପଞ୍ଚାୟତ ଗ୍ରାମସଭା ଡାକି ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ପାଇଁ ପ୍ରକଳ୍ପ ଚୟନ କରିବେ । ଗ୍ରାମସଭାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରାଯିବ । ଫେବ୍ରୁଆରୀ ୧୪ ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପଞ୍ଚାୟତ ୧୫ ତାରିଖରେ ବ୍ଲକରେ ଏହି ପ୍ରକଳ୍ପ ତାଲିକା ଦାଖଲ କରିବେ । ୧୮ ତାରିଖ ସୁଦ୍ଧା ପଞ୍ଚାୟତ ସମିତିର ଟେକ୍ନିକାଲ କମିଟି ଏହାକୁ ଯଞ୍ଚ ସାରିବ । ୨୦ ତାରିଖ ସୁଦ୍ଧା ଏହାକୁ ଜିଲ୍ଲାପାଳଙ୍କ ପାଖକୁ ପଠଯିବ । ଜିଲ୍ଲାପାଳ ପ୍ରକଳ୍ପର ଅନୁମୋଦନ ଦେବା ପରେ କାମ ଆଗେଇବ ।

Leave A Reply

Your email address will not be published.