ତାଳଚେର,: ଧରମପୁର ପଞ୍ଚାୟତର ବିହରିପୂର ଗ୍ରାମରେ ଲିଙ୍ଗରାଜ ଏମସିଏଲ ସିଏସଆର ପାଣ୍ଠିରୁ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଟିକା ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଥିଲା । ତେବେ ଏମସିଏଲର ଦୁଇ ଜଣ ଡାକ୍ତର ଆଲମ୍ ଓ ଡାକ୍ତର ଯୁଗନାଥ କୌସିକ୍ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ମେଡିସିନ ପ୍ରଦାନ କରୁଛନ୍ତି । ତାଳଚେର ଅଞ୍ଚଳ ଏମସିଏଲ ଦ୍ୱାରା ପ୍ରଭାବିତ ହେଉ ଥିବାରୁ ଏମସିଏଲର ତତ୍ତ୍ୱାବଧାନରେ ଲୋକମାନଙ୍କର ଟିବ ଟେଷ୍ଟ ମଧ୍ୟ କରାଯାଇଅଛି । ଯଦି କିଛି ସିମଟମ୍ପ ରୀକ୍ଷାରେ ବାହାରେ ତେବେ ସେମାନଙ୍କୁ ଡ଼ାକି ମାଗଣାରେ ମେଡିସିନ ଦିଆଯିବ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ଧରମପୁର ପଞ୍ଚାୟତ ସହିତ କଙ୍କିଳୀ ପଞ୍ଚାୟତର ୨୬୫ରୁ ଉର୍ଦ୍ଧ୍ୱ ଲୋକମାନଙ୍କ ଆଜି ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କରଯାଇଥିବା ଡାକ୍ତର ଓ ଧରମପୁରର ସରପଞ୍ଚ ପାଟରାଣୀ ଭୂତିଆ ସୂଚନା ଦେଇଛନ୍ତି । ତେବେ ଆଜିର ଏହି ସ୍ୱାସ୍ଥ୍ୟ ଶିବିର କିପରି ଭାବେ ଭଲ ହେବ ଏବଂ ଲୋକାମନେ ସ୍ୱାସ୍ଥ୍ୟ ସେବା ପାଇବେ ସେଥି ନିମନ୍ତେ ସରପଞ୍ଚ ପାଟରାଣୀ ଭୂତିଆ ଓ ସମିତିସଭ୍ୟ ତାରିଣୀ ମହାନ୍ତି ନିଜେ ଉପସ୍ଥିତ ରହି ସହଯୋଗ କରିଥିଲେ । ମେଡିକାଲ ଟିମ୍
ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇଥିଲେ ।