କଂଗ୍ରେସ ନେତା ଙ୍କୁ ସ୍ୱାଗତ ପାଠ,ଧର୍ମଗଡ଼

0 102
ଧର୍ମଗଡ଼ : ଓଡିଶା ରାଜ୍ୟ କଂଗ୍ରେସ ପ୍ରଦେଶ କମିଟି ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଓ କଂଗ୍ରେସ ଦଳ ପକ୍ଷରୁ ଓଡିଶା ପ୍ରଭାରୀ ଦାୟିତ୍ୱ ରେ ଥିବା ଅଜୟ କୁମାର ଲଲ୍କୁ ଶନିବାର କୋରାପୁଟ ଗସ୍ତ କାର୍ଯ୍ୟକ୍ରମ ରେ ଯାଉଥିବା ବେଳେ କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ କୋକସରା କଂଗ୍ରେସ କାର୍ଯ୍ୟାଳୟ ଛକ ନିକଟରେ ଦୁଇ ନେତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ଭାରପ୍ରାପ୍ତ ସଭାପତି ଲିଙ୍ଗରାଜ ବେହେରା,ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା,ମାର୍କଣ୍ଡ ବେମାଲ, ନିମାଇଁ ଧଙ୍ଗଡା ମାଝୀ,ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ବ୍ଲକ ଆବାହକ ଅରୁଣ କୁମାର ମାଝୀ, ତ୍ରିଭୁବନ ନାଏକ, ମହେନ୍ଦ୍ର ଧରୁଆ, ମୋଟେର ଯୋନ ସଭାପତି ଯତୀନ୍ଦ୍ର ଦଳେଇ, ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, କୋକସରା ଯୋନ ସଭାପତି କମଳ ଲୋଚନ ନାଏକ, ଧନେଶ୍ୱର ମହାନାଡ଼, ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ହେମନ୍ତ ବାଗ,ଭାରତୁ ନାଏକ, ଲିଟୁ ମହାନନ୍ଦ, ଜିଲ୍ଲା ନାରିନେତ୍ରୀ ରଶ୍ମିରେଖା ରାଉତ,ପୂର୍ବତନ ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ପ୍ରଧାନୀ, ଫୁଲତୋଳା ଖମାରି,ମାଧୁରୀ ନିଆଳ ସମେତ କଂଗ୍ରେସ ର ଶତାଧିକ କର୍ମି ବାଯାବାଜା ସହ ଦୁଇ କଂଗ୍ରେସ ନେତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
Leave A Reply

Your email address will not be published.