ଖୋର୍ଦ୍ଧା, : ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନାରେ ପ·ଶ ହଜାର ଲୋକଙ୍କୁ ସାମିଲ କରିବେ ରାଜ୍ୟ ସରକାର । ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ବେଗୁନିଆ, ବୋଲଗଡ଼ ବ୍ଲକରେ ଗରିବ ହିତାଧିକାରୀମାନଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ବୋଲଗଡ ବ୍ଲକର ୧୯ଟି ଗ୍ରାମପଞ୍ଚାୟତର ୧୯୦ଜଣ ଏବଂ ବେଗୁନିଆ ବ୍ଲକର ୨୧ଟି
ଗ୍ରାମପଞ୍ଚାୟତର ୧୭୦ଜଣ ଗରିବ ହିତାଧିକାରୀମାନଙ୍କୁ ଏହି ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ବୋଲଗଡ଼ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଶରଦ କୁମାର ମଲ୍ଲିକ ଓ ବେଗୁନିଆ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ସାହୁଙ୍କ ଉପସ୍ଥିତିରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସମସ୍ତ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି କାର୍ଯ୍ୟାଦେଶ ବଳରେ ପକ୍କା ଘର
ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନାରେ ୧ଲକ୍ଷ ୬୨ ହଜାର ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ । ବର୍ଷ ବର୍ଷ ଧରି ପକ୍କା ଘର ଖଣ୍ଡିଏ ପାଇଁ ଅପେକ୍ଷାରେ ଥିବା ଲୋକେ, ହାତରେ କାର୍ଯ୍ୟାଦେଶ ପାଇବାପରେ ବେଶ ଖୁସି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟାଦେଶ ବଣ୍ଟନ ସମୟରେ ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କ ପାଇଁ ନିଜ ସ୍ୱପ୍ନର ପାଞ୍ଚଟି ଲକ୍ଷ୍ୟ ସମ୍ପର୍କରେ ଘୋଷଣା କରିଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ । ନିଜ ସଂସଦୀୟ କ୍ଷେତ୍ରରେ
ପ୍ରତେକ ଗାଁର ପ୍ରତେକଟି ଘରକୁ ବିଦ୍ୟୁତ, ଗ୍ୟାସ, ପାଣି, ରାସ୍ତା ଓ ପକ୍କାଘର ଯୋଗାଇ ଦିଆଯିବ । କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ଯୋଜନାରୁ ବଞ୍ଚିତ ନହେବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି
ଶ୍ରୀମତୀ ଷଡ଼ଙ୍ଗୀ । ଏହି କାର୍ଯ୍ୟକ୍ରମରେ ବେଗୁନିଆ, ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ, ପ୍ରକାଶ ରଣବିଜୁଳି, ବିଦ୍ୟୁତ କାଣ୍ଡି, ରବୀନ୍ଦ୍ର ନାଥ ସୁବୁଦ୍ଧି, ଲକ୍ଷ୍ମୀଧର ପାଟଶାଣି ପ୍ରମୁଖ ଉପସ୍ଥିତ ଥିଲେ ।