ଛେଳି ଚୋରି କରି ଅଟୋରେ ନେବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଧରାପଡିଲେ ଦୁଇ ଯୁବକ।

0 277

କଣ୍ଟାପଡ଼ା;୨୭/୧୨/୨୪ (ନି.ପ୍ର): ଛେଳି ଚୋରି କରି ନେବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଗଲେ ଦୁଇ ଚୋର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗୋବିନ୍ଦପୁର ଥାନା ଅନ୍ତରର୍ଗତ ପୋସ୍ତଳ ପଞ୍ଚାୟତ ରହମ୍ବା ଗ୍ରାମରେ। ଦୁଇ ଜଣ ଯୁବକ ବଳଦା ନଦୀ ପଠାରେ ଛେଳିଟି ଚରୁଥିବା ସମୟରେ ଏକ ପାସେଞ୍ଜର ଅଟୋ ସାହାଯ୍ୟରେ ଯାହାର ଗାଡି ନଂ OD 02 CD 5420 ଆଣୁଥିବା ବେଳେ ରହମ୍ବା ଗ୍ରାମବାସୀ କାବୁ କରି ନିର୍ଦ୍ଧୁମ ଛେଚି ଥିଲେ। ଉକ୍ତ ଦୁଇ ଜଣ ଯୁବକ ହେଲେ ଓଲଟପୁର ଥାନା ଅନ୍ତରର୍ଗତ ସୁନ୍ଦର ଗ୍ରାମ ଅଞ୍ଚଳର ରାଜ୍ କିଶୋର ଭୋଇଙ୍କ ପୁଅ ଦିନେଶ ଭୋଇ ଓ ପ୍ରସନ୍ନ କୁମାର ଭୋଇଙ୍କ ପୁଅ ବିକ୍ରମ ଭୋଇ, ଉଭୟଙ୍କ ବୟସ ୨୭ବର୍ଷ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଗୋବିନ୍ଦପୁର ଥାନା ପୋଲିସ ପହଞ୍ଚି ଦୁଇ ଜଣ ଯୁବକଙ୍କୁ ଗ୍ରାମବାସୀଙ୍କ କବଳରୁ ଉଧାର କରିଥିଲା।

Leave A Reply

Your email address will not be published.