ଜନସାଧାରଣଙ୍କ ସୁବିଧା ପାଇଁ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ଦିବସ ସଂଶୋଧିତ

0 122

ଭୁବନେଶ୍ୱର, : ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ୨୦୮୩୫/ ୨୦୮୩୬ ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ସୂଚୀକୁ ସଂଶୋଧନ କରାଯାଇଛି । ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଏବେ ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚଳାଚଳ କରିବ । ଏହି ଟ୍ରେନ ପାଇଁ ୩ ଜୁନ୍ ୨୦୨୫ ଠାରୁ ସାପ୍ତାହିକ ଛୁଟି ଦିନ ଅର୍ଥାତ ମଙ୍ଗଳବାର ଦିନ ଚଳାଚଳ ବନ୍ଦ ରହିବ ଏବଂ ୭ ଜୁନ୍ ୨୦୨୫ ଠାରୁ ଶନିବାର ଦିନମାନଙ୍କରେ ଚଳାଚଳ ସ୍ୱାଭାବିକ ରହିବ । ୨୦୮୩୬ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୫ ଘଟିକାରେ ଛାଡି ଅପରାହ୍ନ ୧୨ଘ.୪୫ମି.ରେ ରାଉରକେଲାରେ ପହଞ୍ଚୁଛି । ୨୦୮୩୫ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ଅପରାହ୍ନ ୨ଘ.୧୦ମି.ରେ ଛାଡି ପୁରୀରେ ରାତ୍ରି ୯ଘ.୪୦ମି.ରେ ପହଞ୍ଚୁଛି । ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନଗୁଡ଼ିକରେ ଟ୍ରେନର ସମୟ ଏବଂ ରହଣିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସଂଶୋଧିତ ସେବା ଦିବସଗୁଡ଼ିକୁ ଧ୍ୟାନ ଦିଅନ୍ତୁ ଏବଂ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରନ୍ତୁ ।

Leave A Reply

Your email address will not be published.