ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Awareness Program by District Legal Services Authority

0 84

ଭଦ୍ରକ, : ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ କୋରକୋରା ସ୍ଥିତ ଭଦ୍ରକ ଆଇନ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା
ଆଇନ୍ ସେବା ପ୍ରାଧିକରଣର ସଚିବ ନେହା ଅଗ୍ରୱାଲ ଏହି ସଚେତନତା କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୌନ ଉତ୍ପୀଡ଼ନ ଯାହାକି ମହିଳାମାନଙ୍କ କ୍ଷେତ୍ରରେ ଘଟୁଛି ସେସବୁ ସଂପର୍କରେ ଭିଡ଼ିଓ ମାଧ୍ୟମରେ ପିଲାମାନଙ୍କୁ ସଚେତନ କରାଯାଇଥିଲା । ତତ୍ସହିତ ସାମ୍ବିଧାନିକ ଅଧିକାର ତଥା ତୃତୀୟ ଲିଙ୍ଗୀ ମାନଙ୍କର ଅଧିକାର ସଂପର୍କିତ ତଥ୍ୟ ମଧ୍ୟ ଆଲୋଚନା କରାଯାଇ ପିଲାମାନଙ୍କୁ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ରାୟ, ଇନ୍ସପେକ୍ଟ (ଆଇଇଉସିଏଡବ୍ଲୁ୍ୟ) ମୋନାଲିସା କର, ଡ. ତାପସ କୁମାର ମହାନ୍ତି, ଭଦ୍ରକ ଏଲଏଡିସିଏସ୍ ସହକାରୀ ବହ୍ନିଶିଖା ବିଶ୍ୱାଳ, ଭୁବନେଶ୍ୱର ସାଥୀର ସହକାରୀ ନିଦେ୍ର୍ଦଶକ ବିଶ୍ୱଭୂଷଣ ପଟ୍ଟନାୟକ, ଭଦ୍ରକ ତୃତୀୟ ଲିଙ୍ଗ ସୁରକ୍ଷା ମଞ୍ଚ ସଭାପତି ସୌମ୍ୟା ଦାସ, ତୃତୀୟ ଲିଙ୍ଗ ସମ୍ପ୍ରଦାୟ ସହକାରୀ ବାବୁନି ସାହୁ ତଥା ଭଦ୍ରକ ଆଇନ ମହାବିଦ୍ୟାଳୟର ଅଧ୍ୟାପକ, କର୍ମ·ରୀ ପ୍ରିୟଦର୍ଶୀ ରାୟ ତଥା ଛାତ୍ରଛାତ୍ରୀମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀମାନେ ଏହି ସଚେତନତା କାର୍ଯ୍ୟକ୍ରମକୁ ଯୋଗଦେଇ ସଫଳ କରାଇଥିଲେ ।

Leave A Reply

Your email address will not be published.