କୋରାପୁଟ : ଜୟପୁର ରେ ଜବତ ନକଲି ବିଦେଶୀ ମଦ। ସୂଚନା ପାଇ ଅତ୍ରକିତ ଚଢ଼ାଉ କଲା ଜୟପୁର ଅବକାରୀ ବିଭାଗ । ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡ ର ନକଲି ମଦ ଜବତ । ଜବତ ମଦର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କାରୁ ଅଧିକା ହୋଇଥିବାର ଅନୁମାନ । ଦୀର୍ଘ ଦିନ ଧରି ଜୟପୁର ବେଡାସାହି ରେ ଚାଲିଥିଲା ଏହି ନକଲି ମଦ କାରବାର । ଘଟଣା ସ୍ଥାନରୁ ଜଣକୁ ଗିରଫ କରିଛି ଜୟପୁର ଅବକାରୀ ବିଭାଗ । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଙ୍କ ନାମ ଇ ସନ୍ତୋଷ | ତାଙ୍କ ପାଖରୁ ଏକ ଧଳା ଅଖାରୁ ଖାଲି ମଦ ବୋତଲ , ବିଭିନ୍ନ ନାମୀ ଦାମୀ କମ୍ପାନୀ ନାମରେ ପ୍ରସ୍ତୁତ 12 ଲିଟର ମଦ , ସ୍ପିରିଟ ଏକ ଲିଟର , 1026 ଟି ନକଲି ଷ୍ଟିକର ,850 ଟି ନକଲି ଠିପି ତା ସହିତ ମଦ ରେ ବ୍ୟବହୃତ ରଙ୍ଗ ଜବତ କରି ଗିରଫ ହୋଇଥିବା ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କରିଛି ଜୟପୁର ଅବକାରୀ ବିଭାଗ |