ଝାର୍ମୁଣ୍ଡା ଠାରେ ବିଜେଡ଼ି ର ନିର୍ବାଚନ ସ୍ତରୀୟ 28 ତମ ପ୍ରତିଷ୍ଠା ଦିବସ ପାଳିତ

0 79

ବଲାଙ୍ଗୀର : ଆଜି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଝାରମୁଣ୍ଡା ଠାରେ ବିଜେଡ଼ି ର 28 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡ଼ି ପ୍ରାର୍ଥୀ ଶ୍ରୀ ନିହାର ରଞ୍ଜନ ବେହେରା ଯୋଗ ଦେଇଥିଲେ। ତା ସହିତ ଲୋଇସିଂହା ବ୍ଲକ୍ ବିଜେଡ଼ି ସଭାପତି ଶ୍ରୀହୃଦାନନ୍ଦ ବେହେରା, ଆଗଲପୁର ବ୍ଲକ ବିଜେଡ଼ି ସଭାପତି ଶ୍ରୀ ପଞ୍ଚୁ ପଧାନ୍, ପୁଇନ୍ତଲା ବ୍ଲକ ଅଧକ୍ଷ ଶ୍ରୀ ସରୋଜ ପଧାନ୍ ଓ ପୁଇନ୍ତଳା ବ୍ଲକ ବିଜେଡ଼ି ବିଷ୍ଣୁ ପଟେଲ ଉପସ୍ଥିତ ଥିଲେ। ତା ସଙ୍ଗେ ସଙ୍ଗେ ଆଗଲପୁର ବ୍ଲକ ଉପାଧକ୍ଷା ଶ୍ରୀମତୀ ନିରୁପମା ପଧାନ୍, ଲୋଇସିଂହା ଜୋନ 33 ର ସଦସ୍ୟା ଶ୍ରୀମତୀ ଲିଲିମା ବେହେରା, ଜୋନ 2 ର ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ବୀଣାପାଣି ଦାସ, ଜିଲ୍ଲାପରିଷଦ ସଦସ୍ୟା ସଂଯୁକ୍ତା ବରିହା ଉପସ୍ଥିତ ଥିଲେ। ଲୋଇସିଂହା ବ୍ଲକ୍ ର ବିଜେଡ଼ି ମହିଳା ସଭାନେତ୍ରୀ ଜୋସ୍ନା ମୟୀ ନାଗ ମଧ୍ୟ ଯୋଗ ଦେଇଥିଲେ। ଆଗଲପୁର ବ୍ଲକ ବିଜେଡ଼ି ର ଯୁବ ସଭାପତି ଶ୍ରୀ ନାରାୟଣ ସାହୁ ଓ ଲୋଇସିଂହା ବ୍ଲକ୍ ଯୁବ ସଭାପତି ଶ୍ରୀ ପ୍ରକାଶ ମହାରଣା ଯୋଗ ଦେଇଥିଲେ। ବିଭିନ୍ନ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ। ତା ସହିତ ଶହ ଶହ ସଂଖ୍ୟାରେ ବିଜେଡ଼ି କର୍ମୀ ମାନେ ଯୋଗ ଦେଇ ପ୍ରତିଷ୍ଠା ଦିବସ ରେ ସାମିଲ ହୋଇଥିଲେ। ଲୋଇସିଂହା ବ୍ଲକ୍ ସଭାପତି ଶ୍ରୀ ହୃଦାନନ୍ଦ ବେହେରା ସଭାରେ ସଭାପତିତ୍ବ କରିଥିଲେ। ଶେଷରେ ଝାରମୁଣ୍ଡା ଏଥେଲେଟିକ ଆସୋସିଏସନ୍ ସଭାପତି ଶ୍ରୀ ଶ୍ୟାମ ସୁନ୍ଦର୍ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଗକୁ ଦଳ କିପରି ଆହୁରି ମଜବୁତ୍ ହୋଇ ଦୃଢ଼ ସଂଘଥିତ ହୋଇ କିପରି ସୁଦୃଢ ହୋଇ ପାରିବ ସେ ବିଷୟରେ ସମସ୍ତ ଅତିଥି ମତାମତ ଦେଇଥିଲେ। Reporter – ଆଗଲପୁର ରୁ ଦେବାନନ୍ଦ ପୁଟେଲ

Leave A Reply

Your email address will not be published.