ପୁରୁଣାକଟକ ଷ୍ଟେସନ୍କୁ ଗଡିବ ରେଳ

0 75

ଆଉମାତ୍ର କିଛି ଦିନ ର ଅପେକ୍ଷା । ବୌଦ୍ଧ ଜିଲ୍ଲା ର ପୁରୁଣାକଟକ ଷ୍ଟେସନ କୁ ଗଡିବ ରେଳଗାଡି । ରେଳ ଧାରଣା ଓ ଷ୍ଟେସନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ପହଞ୍ଚି ଥିବା ବେଳେ ଖୁବଶୀଘ୍ର ହେବ ଷ୍ଟେସନ ଓ ରେଳପଥ ସୁରକ୍ଷା ବ୍ୟବସ୍ଥା ର ଯାଞ୍ଚ ପ୍ରକ୍ରିୟା । ଆଉ ୧୧୦ ସ୍ପୀଡ଼ ରେ ହେବ ପସେଞ୍ଜର ଟ୍ରେନ ର ସ୍ପିଡ ଟ୍ରାଏଲ ରନ । ଅନ୍ୟପଟେ ଜିଲ୍ଲାରେ ରେଳପଥ ପାଇଁ ଚାଲିଛି ୪ ଟି ଟ୍ରନେଲ ନିର୍ମାଣ । ସେଥିମଧ୍ୟ ରୁ ପ୍ରଥମେ ଟରନେଲ ନମ୍ବର 5 ରେ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଏବେ ଟରନେଲ ଭିତରେ ଆରମ୍ଭ ହୋଇଛି ରେଳ ଧାରଣା ବିଛା କାର୍ଯ୍ୟ । ଧାରଣା ବିଛା ପରେ ଆରମ୍ଭ ହେବେ ବିଦ୍ୟୁତ ସଂଯୋଗୀ କରଣ କାମ । ଯାହାକୁ ନେଇ ଏବେ ବୌଦ୍ଧବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଆଗାମୀ ଦିନରେ ବ୍ୟବସାୟ ପାଇଁ ବିଶାଖାପାଟଣା ଓ ରାୟପୁର ଏକ ଟ୍ରେନ ର ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସରିଛି ରେଳଧାରଣା ବିଛା । ରେଳଧାରଣା ଉପରେ ଚାଲିଛି ବିଦ୍ୟୁତ ସଂଯୋଗୀ କାରଣ । ଅତ୍ୟାଧୁନିକ ମେସିନ ସାହାଯ୍ୟ ରେ ଚାଲିଛି ଯାଞ୍ଚ । ଏପଟେ ପୁରୁଣାକଟକ ରେଳ ଷ୍ଟେସନ ନିର୍ମାଣ ମଧ୍ୟ ଶେଷ ପର୍ଯ୍ୟାୟରେ । ପ୍ରସ୍ତୁତ ହେଉଛି ଟିକେଟ କାଉଣ୍ଟର, ରିଲେ ରୁମ , ଷ୍ଟେସନ ମାଷ୍ଟର ରୁମ ,ସଗ୍ନାଲ ରୁମ, ଷ୍ଟାପ ରୁମ, ଓ ବ୍ୟାଟେରୀ ରୁମ । ଷ୍ଟେସନ ରେ ଯାତ୍ରୀଙ୍କ ସୁବିଧା ପାଇ ଫ୍ୟାନ ଓ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯାଉଛି । ପୁରୁଣାକଟକ ଷ୍ଟେସନ ରେ ୩ଟି ରେଳଧାରଣା ରହିଥିବା ବେଳେ ଗୋଟିଏ ମେନ ଲାଇନ ଓ ଦୁଇଟି ଲୁପ ଲାଇନ ରହିଛି । ପୂର୍ବ ରୁ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଷ୍ଟେସନ କୁ ପରୀକ୍ଷା ମୂଳକ ଭାବେ ଡିଜେଲ ରେଳ ଇଞ୍ଜିନ ରୋଲିଙ୍ଗ ସଫଳ ହୋଇଥିଲା । କିଛି ମାସ ତଳେ ପୂର୍ବତଟ ରେଳବାଇ ପକ୍ଷରୁ ବୌଦ୍ଧ ଷ୍ଟେସନ ର ସଫଳତାର ସହ CRS ସରିଥିବା ବେଳେ ଏବେ ପୁରୁଣାକଟକ ଷ୍ଟେସନ ର ହେବାକୁ ଯାଉଛି CSR । ପୂର୍ଵତଟ ରେଳବାଇ ବିଭାଗ ର CRS (କମିସନର ଅଫ ସେପ୍ଟି) ପକ୍ଷରୁ ସେପ୍ଟି କମିଶନର ଆସି ରେଳଧାରଣା , ବ୍ରିଜ, ଷ୍ଟେସନ ର ସମସ୍ତ ସୁରକ୍ଷାବ୍ୟବସ୍ଥା ଯାଞ୍ଚ କରିବେ । କମିଶନର OK ରିପୋର୍ଟ ପ୍ରଦାନ କରିବା ପରେ ପୁରୁଣାକଟକ ଷ୍ଟେସନ ରୁ ବଲାଙ୍ଗୀର ପଟକୁ ଘଣ୍ଟା ପ୍ରତି ୧୧୦Km/H ବେଗରେ ରେଳ ଟ୍ରାକ ରେ ଗଡ଼ିଛି ରେଳଗାଡି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା ରେ ସଫଳତା ପାଇଁ ପୁରୁଣାକଟକ ଷ୍ଟେସନ କୁ ଶେଷ ସ୍ପର୍ଶ ଦେଉଛନ୍ତି ଶ୍ରମିକ ଓ ଇଞ୍ଜିନିୟର । ଅନ୍ୟପଟେ ଆଉ କିଛିଦିନ ମଧ୍ୟ ରେ ଟ୍ରେନ ଦେଖିବେ ଅଞ୍ଚଳ ର ଲୋକେ ଯାହାକୁ ନେଇ ଜିଲ୍ଲାବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଖୁବଶୀଘ୍ର ରେଳ ବୌଦ୍ଧ ଓ ପୁରୁଣାକଟକ ଷ୍ଟେସନ କୁ ଗଡ଼ିବା ସହ ଏକ ସତନ୍ତ୍ର ଟ୍ରେନ ରାୟପୁର ଓ ବିଶାଖାପାଟଣା କୁ ଗଡ଼ିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଅନ୍ୟପଟେ ୨୩-ମାଇଲ ସ୍ଥିତ ୭ନମ୍ବର ଟ୍ରନେଲ ର ଉଭୟ ପଟୁ କୁ ଫିଟିଛି ବାଟ ଯାହା ଦୂରତା ୧.୯୭୫ କିମି ରହିଛି । ପ୍ରଥମେ ଟରନେଲ ୫ ର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଆରମ୍ଭ ହୋଇଛି ରେଳ ଧାରଣା ବିଛା କାର୍ଯ୍ୟ । ସମସ୍ତ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରି ଇଞ୍ଜିନିୟର ଓ ଶ୍ରମିକମାନେ କାର୍ଯ୍ୟ କୁ ଆଗେଇ ନେଉଛନ୍ତି

Leave A Reply

Your email address will not be published.