ବଦଳିଲେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ

0 79

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ।
ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ,ଅରିନ୍ଦମଙ୍କୁ ପୌର ପ୍ରଶାସକ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି।
୨୦୧୧ ବ୍ୟାଚର ଆଇଏଏସ ଅରିନ୍ଦମ ଡାକୁଆ । ବିଜ୍ଞପ୍ତି ଅନୁସାରେ, ଆଇଏଏସ ଅଧିକାରୀ ପ୍ରେମଚାନ୍ଦ ଚୌଧୁରୀଙ୍କୁ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ଦାୟିତ୍ବ ଦିଆଯାଇଥିବା ବେଳେ ଇପିକଲର ଏମଡି ଭୂପିନ୍ଦର ପୁନିଆଙ୍କୁ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିପରି ଆଇଏଏସ ଅଧିକାରୀ ଟି. ଆଓଙ୍କୁ ଯୋଜନା ଓ ସଂଯୋଜନ ବିଭାଗ ସ୍ବତନ୍ତ୍ର ସଚିବ ଦାୟିତ୍ଵ ଦିଆଯାଇଥିବା ବେଳେ ପ୍ରିନ୍ସିପାଲ ସେକ୍ରେଟାରୀ ଏନବିଏସ ରାଜପୁତ ପବ୍ଲିକ ଏଣ୍ଟରପ୍ରାଇଜର୍ସ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ।

ତେବେ ଅରିନ୍ଦମ ଡାକୁଆଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ କିଏ ସେହି ସ୍ଥାନ ନେବ ସେନେଇ ଏବେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.