ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର୍ ସେଣ୍ଟର୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

0 85

ଭୁବନେଶ୍ୱର, : ଇନଫୋସିଟି-୨ ଅଞ୍ଚଳରେ ସ୍ଥାପିତ \”ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର୍‌ ସେଣ୍ଟର୍‌\’କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି । ଏହି ସେଣ୍ଟରଟି ବାଙ୍ଗାଲୋର୍ ହସ୍ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ \”କରୁଣାଶ୍ରୟ\’ ଅନୁଷ୍ଠାନର ସହଯୋଗ ଏବଂ ସୁସ୍ମିତା ବାଗ୍‌ଚୀ ଓ ସୁବ୍ରତ ବାଗ୍‌ଚୀଙ୍କ ଅନୁଦାନରେ ପ୍ରତିଷ୍ଠା ହୋଇଛି । ଏଠାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନର ଶେଷାବସ୍ଥାରେ ପହଞ୍ଚିଥିବା ରୋଗୀମାନଙ୍କର ସେବା ନିଃଶୁଳ୍କ ଭାବରେ କରାଯାଏ । ଓଡ଼ିଶା ସରକାର ଏହି ସେଣ୍ଟର୍‌ ପାଇଁ ଜମି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ
ଆବଶ୍ୟକତା ରିହାତି ଦରରେ ଯୋଗାଇ ଦେଇଛନ୍ତି । ୧୧୦ ଶଯ୍ୟା ବିଶିଷ୍ଟ ପାଲିଏଟିଭ୍ କେୟାର ସେଣ୍ଟର ଜରିଆରେ ମାଗଣାରେ ସେବା ଯୋଗାଇ ଦେବା ମାନବ କଲ୍ୟାଣର ଏକ ଅନନ୍ୟ ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ତେବେ ଏହି ପରମ୍ପରାକ୍ରମେ ଚଳିତବର୍ଷ ନେତାଜୀଙ୍କ ଜନ୍ମସ୍ଥାନ କଟକ ସହରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟ ପରାକ୍ରମ ଦିବସ ପାଳନର କାର୍ଯ୍ୟକ୍ରମ ରହିଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମ ଅଧୀନରେ ଓଡିଶା ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପଦାଧିକାରୀମାନେ ନେତାଜୀଙ୍କଜନ୍ମସ୍ଥାନ ସଂଗ୍ରହାଳୟରେ ରହିଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଂଗ୍ରହାଳ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବେ । ପରେ ପରେ ବାରବାଟୀ ଦୁର୍ଗ ଭିତରେ ଜାତୀୟସ୍ତରୀୟ ପରାକ୍ରମ ଦିବସ ପାଳନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ମେସେଜରୁ ଆରମ୍ଭ ହୋଇ ନେତାଜୀଙ୍କ ସମ୍ପର୍କିତ ବିଭିନ୍ନ ପୁସ୍ତକ, ଫଟୋ, ଚିଠି, କାଗଜପତ୍ରର ପ୍ରଦର୍ଶନ ମଧ୍ୟ କରାଯିବ । ନେତାଜୀଙ୍କ ଜୀବନ ବୃତ୍ତାନ୍ତ ଓ ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ବିଭିନ୍ନ ତଥ୍ୟ ପ୍ରଦର୍ଶିତ କରାଯିବ । ଏହି ଅବସରରେ ଚିତ୍ରକଳା ଶିବିର ସହ ଭାସ୍କର୍ଯ୍ୟ ଶିଳ୍ପ ନିର୍ମାଣ କରିବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି । ନେତାଜୀ ଏବଂ ଓଡିଶା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ ।

Leave A Reply

Your email address will not be published.