ବିଡ଼ିଓଙ୍କ ପାଖକୁ ଧାଇଁଲେ ଏକାଧିକ ମହିଳା

0 130

ଗ୍ରୀଷ୍ମ ଆରମ୍ଭ ରୁ ଦେଖା ଦେଲାଣି ଜଳ କଷ୍ଟ ଘଷିପୁରା ବ୍ଲକ୍ ବସନ୍ତପୁରା ଦଲକି ସାହି ଠାରେ ୯ ବର୍ଷ ହେବ ଗାଁ ରେ ଖୋଲା ହେଲାଣି ଅଙ୍ଗନବାଡି କେନ୍ଦ୍ର, ହେଲେ କେନ୍ଦ୍ର ନିକଟରେ ହୋଇପାରିନାହିଁ ପାଣିର ସୁବିଧା ା ଫଳରେ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା କୁନି କୁନି ପିଲା ପିଇବା ପାଣି ପାଇଁ ଅନେକ ସମସ୍ଯାର ସମ୍ମୁଖୀନ ହେଉଛନ୍ତି ା ସେମାନଙ୍କ ପାଇଁ ଖାଦ୍ଯ ରାନ୍ଧିବାକୁ ହେଲେ ଅନେକ ଦୂରରେ ଥିବା ନାଳ ଓ ନଳକୂପ ରୁ ପାଣି ଆଣିବାକୁ ପଡୁଛି ା ଗୋଳିଆ ପାଣି ପିଇ ଅନେକ ସମୟରେ ଗ୍ରାମବାସୀ ଙ୍କ ଦେହ ମଧ୍ୟ ଖରାପ ହେଉଛି , ଅଙ୍ଗନବାଡି ଓ ଗ୍ରାମରେ ନଳକୂପ ସ୍ଥାପନ ପାଇଁ ଗାଁ ର ମହିଳାମାନେ ଆଜି ବିଡିଓ ଙ୍କ ନିକଟରେ ଦାବି ଜଣାଇଛନ୍ତି ା ଖୁବ୍ ଶିଘ୍ର ଏଦିଗରେ ପଦକ୍ଷପ ନେବାକୁ ବିଡିଓ ପ୍ରତିଶୃତି ଦେଇଥିବା କହିଛନ୍ତି ା

Leave A Reply

Your email address will not be published.