ବିଶ୍ୱ ହିନ୍ଦୀ ଦିବସ ଅବସରରେ ଆଇଓବି ବ୍ରହ୍ମପୁର ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା

0 77

ବ୍ରହ୍ମପୁର,: ବିଶ୍ୱ ହିନ୍ଦୀ ଦିବସ ଅବସରରେ ଇଣ୍ଡିଆନ୍‌ ଓଭରସିଜ୍ ବ୍ୟାଙ୍କ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ତରଫରୁ ଏକ ବୈଠକର ଆୟୋଜନ କରାଯାଇଥିବା ସହ ବିଭିନ୍ନ ପ୍ରକାରର ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ବ୍ରହ୍ମପୁର କ୍ଷେତ୍ରର ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ
ଖୁର୍ସିଦ୍ ରବାନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମ ପ୍ରାର ମ୍ଭରେ ମୁଖ୍ୟ ପ୍ରବନ୍ଧକ ବିନୋଦ କୁମାର ବିଶ୍ୱ ହିନ୍ଦୀ ଦିବସ ଅବସରରେ ପ୍ରଧାନ ମବୀ ନରେନ୍ଦ୍ର ମୋଦୀଙ୍କ ସନ୍ଦେଶ ସମସ୍ତ କର୍ମଚାରୀଙ୍କୁ ଶୁଣାଇଥିଲେ । ପ୍ରତିଯୋଗିତାରେ କ୍ଷେତ୍ରୀୟ କାର୍ଯ୍ୟାଳୟ ଓ ଶାଖା
କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ମନୋରଞ୍ଜନରେ ଭରପୁର ରହିଥିବା ସହ କର୍ମଚାରୀମାନେ ଏହାକୁ ମନଭରି ଉପଭୋଗ କରିଥିଲେ । ଏହି ଅବସରରେ ବିଜେତାମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସେମାନଙ୍କ ମନୋବଳ ବୃଦ୍ଧି କରାଯାଇଥିଲା । କ୍ଷେତ୍ରୀୟ ମୁଖ୍ୟ ଖୁର୍ସିଦ ରବାନୀ ହିନ୍ଦୀ ଭାଷା ଦେଶକୁ ଯୋଡି ରଖିଥିବା ଭାଷା ବୋଲି କହିବା ସହ ନିଜର ଦୈନନ୍ଦୀନ କାର୍ଯ୍ୟରେ ହିନ୍ଦୀ ଭାଷାର ବହୁଳ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଖୁର୍ସିଦ ରବାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସହ ଭବିଷ୍ୟତରେ ଏହିପରି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ହିନ୍ଦୀର ସା ମ୍ବିଧାନିକ ସ୍ଥିତିକୁ ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ । ମୁଖ୍ୟ
ପ୍ରବନ୍ଧକ ରତିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଭା ବହିଦାର ବୈଠକ ଓ ପ୍ରତିଯୋଗିତାର ପରିଚାଳନା କରିଥିଲେ ।

Leave A Reply

Your email address will not be published.