ବିଷାକ୍ତ ମଦ କାରବାର ରୋକିବା ଉପରେ ଗୁରୁତ

0 115

ଭୁବନେଶ୍ୱର,: ରାଜ୍ୟରେ ନୂଆ ଅବକାରୀ ନୀତି ୨୦୨୫-୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ଜୀବନ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ କିମ୍ବା ଅସୁସ୍ଥତାକୁ ସରକାର କୌଣସି ପରିସ୍ଥିତିରେ ଗ୍ରହଣ କରିପାରିବେ ନାହିଁା ଏହିଭଳି ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିସମୂହଙ୍କୁ କଡ଼ା ଦଣ୍ଡବିଧାନ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ଏହି କ୍ରମରେ ସ୍ଥାନୀୟ ଫର୍ଚ୍ୟୁନ୍ ଟାୱାରସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅବକାରୀ ନୀତି ୨୦୨୫-୨୬ ପ୍ରସ୍ତୁତି ବୈଠକରେ ଅନ୍ତର୍ଜାତୀୟ ସ୍ପିରିଟ ଆଣ୍ଡ ୱାଇନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ପ୍ରତିନିଧି ମଣ୍ଡଳି, ମଦ ପ୍ରସ୍ତୁତି ସଂଘର ସିଇଓ, ବିଦେଶୀ ମଦ ବିକ୍ରୟ ସଂଘର ପ୍ରତିନିଧି, ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘର କର୍ମକର୍ତ୍ତା, ଦେଶୀ ମଦ ଦୋକାନୀ ସମୂହ, ଇଥାନେଲ ଓ ମିଥାନେଲ୍ ପ୍ରସ୍ତୁତକାରୀଙ୍କ ସମେତ ପଞ୍ଚାୟତିରାଜ, ଶିଳ୍ପ, ପର୍ଯ୍ୟଟନ, ଉଦ୍ୟାନ କୃଷି ଏବଂ ଅର୍ଥ ବିଭାଗର ନୋଡ଼ାଲ ଅଧିକାରୀମାନଙ୍କୁ ନେଇ ବିଭିତ୍ତ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକ ସଶକ୍ତ ଇକୋସିଷ୍ଟମ୍ ବିକଶିତ କରି ଦାୟିତ୍ୱପୂର୍ଣ୍ଣ ମଦ୍ୟପାନକୁ ଗୁରୁତ୍ୱ ଦିଆଯିବା, ସମସ୍ତଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ, ରାଜସ୍ୱହାନି ହ୍ରାସ ନେଇ ବୈଠକରେ ଶୀଦାରମାନଙ୍କ ସହ ଆଲୋଚନା ହୋଇଥିଲା । ଏଥି ସହିତ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି, ମୂଲ୍ୟ ନିର୍ଦ୍ଧାରଣ, ଟିକସ ଢାଞ୍ଚାର ନବୀକରଣ, ବିଭିନ୍ନ ବିଭାଗ ସହ ସମନ୍ୱୟ, ସଡ଼କ ସୁରକ୍ଷା, ହୋଟେଲ ଶିଳ୍ପ, ବେଆଇନ ମଦକାରବାରରୁ ଦୂରେଇ ରଖିବା ନିମନ୍ତେ ନୂଆ ଜୀବନଜୀବିକା ସୃଷ୍ଟି ପାଇଁ ତ୍କ୩୯ନ୍ତଣସବୁ ପଦକ୍ଷେପ ନିଆଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା । ବୈଠକରେ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ, ଓଏସ୍‌ବିସି ଏମ୍‌ଡ଼ି ଶ୍ରୀ ଅମ୍ବର କର, ସିଜିଏମ୍ ଶ୍ରୀ ମାନସ ସ୍ୱାଇଁ, ଜିଏମ୍ ଶ୍ରୀ ସଞ୍ଜୟ
ରାଉତଙ୍କ ସମେତ ବିଭିତ୍ତ ବିଭାଗର ନୋଡ଼ାଲ ଅଧିକାରୀ ଓ ଅଂଶୀଦାରମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.