ବେଳାଭୂମିରେ କଇଁଛ ମଡ଼କ ଉଦବେଗଜନକ!

The turtles on the beach are alarming!

0 79

ପାରାଦୀପ, : ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା, ସେମାନଙ୍କ ସୁରକ୍ଷିତ ପ୍ରଜନନ ଓ ଅଣ୍ଡା ଦେବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଓ ନିୟମ ପ୍ରବର୍ତ୍ତନ କରିଥିବା ସତ୍ତ୍ୱେ ପାରାଦୀପ ବେଳାଭୂମିରେ ବ୍ୟାପକ କଇଁଚଙ୍କ ମୃତ ଦେହ ଦେଖିବାକୁ ମିଳିଛି । ପରିବେଶ ପ୍ରଦୂଷଣ ପ୍ରତିହତ କରିବା ଏବଂ ପ୍ରକୃତ ତଥ୍ୟ ଲୁଚାଇବାକୁ ଏମାନଙ୍କୁ ପୋତି ଦିଆଯାଉଥିବାର ଦେଖିବାକୁ ମିଳୁଛି । ତେବେ ଏତେ ମାତ୍ରାରେ କଇଁଛମାନଙ୍କର ମୃତ୍ୟୁ ସମୁଦ୍ର ଜଳ ପ୍ରଦୂଷଣ ଜନିତ ନା ଜାହାଜ ଓ ମାଛଧରା ଟ୍ରଲରର ଜାଲ କିମ୍ବା ଫ୍ୟାନରେ ମାଡ଼ ହୋଇ ଏମାନଙ୍କର ମୃତ୍ୟୁ ଘଟୁଛି ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ପୁରୀ ଜିଲ୍ଲାର ଦେବୀ ନଦୀ ମୁହାଁଣରେ ମଧ୍ୟ ଅଣ୍ଡା ଦେବାକୁ ଆସୁଥିବା କଇଁଚମାନଙ୍କର ମୃତ ଦେହ ପଡିଥିବାର ଦେଖାଯାଇଛି । ପରିବେଶ ସନ୍ତୁଳନ ପାଇଁ କଇଁଚମାନେ ବେଶ ଉପଯୋଗୀ ହୋଇଥିବା ବେଳେ ଏତେ ସଂଖ୍ୟାରେ ସେମାନଙ୍କ ମୃତ୍ୟୁକୁ ନେଇ ପରିବେଷବିତମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

Leave A Reply

Your email address will not be published.