ମଣ୍ଡି ରେ କଟନୀଛଟନି ବନ୍ଦ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

0 69

ବୌଦ୍ଧ,୦୨/୦୧:-ବୌଦ୍ଧ ଜିଲ୍ଲାରେ ଖରିଫ ଋତୁ ପାଇଁ ଗତ ଡିସେମ୍ବର ୨୪ ତାରିଖ ରୁ ମଣ୍ଡି ରେ ଧାନ କିଣା ଆରମ୍ଭ ହୋଇଛି । ତେବେ ଏପର୍ଯ୍ୟନ୍ତ ୭୦ ପ୍ରତିଶତ ମଣ୍ଡି ଖୋଲା ଯାଇ ଧାନ କିଣା ପ୍ରକ୍ରିୟା ଚାଲୁଥିବା ବେଳେ ଅନେକ ମଣ୍ଡିରେ ୩ ରୁ ୫ କେଜି କଟଣୀ ଛାଟନୀ ଚାଷୀଙ୍କୁ ଅତିଷ୍ଠ କରିଛି । ଏନେଇ ବୌଦ୍ଧ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବି ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ବିଜେପି ସରକାର ନିର୍ବାଚନ ସମୟରେ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଦେବା ଓ କଟଣୀ ଛଟଣୀ ଉପରେ ରୋକ ଲଗାଇବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ନିର୍ବାଚନ ବୈତରଣୀ ପାର ହେବା ସହ କ୍ଷମତା କୁ ଆସି ତାହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି । ଧାନ ମଣ୍ଡିରେ ଚାଷୀ ଙ୍କ ଧାନ କଟନି ଛଟନି ସମ୍ପୂର୍ଣ୍ଣ ବନ୍ଦ ପାଇଁ ଦାବିପତ୍ରରେ ଦଳ ପକ୍ଷରୁ ଉଲ୍ଲେଖ କରାଯାଇଛି । ପରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅମାତ ସରକାର କୁ ଟାର୍ଗେଟ କରି ବର୍ଷିଛନ୍ତି। ଗୋଟିଏ ପଟେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ନଷ୍ଟ ହୋଇଥିବା ବେଳେ ଆଦିନିଆ ବର୍ଷାରେ ଚାଷୀଙ୍କ ଧାନ ନଷ୍ଟ ହୋଇଛି । ଯାହା କ୍ଷୟକ୍ଷତି ଆକଳନ ନକରି ପ୍ରଶାସନ ଓ ସରକାରୀ ବେଫକର ଭାବେ ରହିଥିବା ଶ୍ରୀ ଅମାତ କହିଛନ୍ତି । ଏପରିକି ମଣ୍ଡି ଆରମ୍ଭ ରୁ ସରକାର ଓ ପ୍ରଶାସନକୁ ଏହା ଏକ ଚେତାବନୀ ଆଗାମୀ ଦିନରେ ଚାଷୀଙ୍କ ସମସ୍ୟା ପାଇଁ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମତ କହିଛନ୍ତି ।

Leave A Reply

Your email address will not be published.