ନବରଙ୍ଗପୁର,: ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଦିବାସୀ ଅଧ୍ୟୁଷିତ ଗାଁ ଗୁଡିକରେ ରାସ୍ତା ଓ ଡ୍ରେନେଜର ନିର୍ମାଣ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏମିତି କେତେକ ଗାଁ ରହିଛି ଯେଉଁଠାରେ ରାସ୍ତା ଠିକ ନାହିଁ କି ଡ୍ରେନେଜର ବ୍ୟବସ୍ଥା ନାହିଁ ଫଳରେ ଗାଁ ରାସ୍ତା ଗୁଡିକ ଜାତାୟତରେ ବାଧାସୃଷ୍ଟି ହେବା ମରଣଯନ୍ତା ସାଜିଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାରଲୀ ପଞ୍ଚାୟତର ଖଜୁରୀ ଗ୍ରାମରେ ଦେଖିବାକୁ ମିଳିଛି
ଏପରି ଦୃଶ୍ୟ । ଏହି ରାସ୍ତା ଦେଇ ଦିନକୁ ଶତାଧିକ ଯାନବାହାନ ଯିବାଆସିବା କରେ । ଖଜୁରୀ ଗାଁ ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଦୀର୍ଘ ବର୍ଷର ପିଚୁ ରାସ୍ତା ଅଟେ । ଦୁଇ ପାଶ୍ୱର୍ରେ ଡ୍ରେନେଜର ବ୍ୟବସ୍ଥା ନ ଥିବାରୁ ମଇଳା ପାଣି ଆସି ରାସ୍ତା ଉପରେ ଆସି ଗର୍ତ୍ତ ସୃଷ୍ଟି ହୋଇଛି । ବଡ଼ ବଡ଼ ଗାତ ହୋଇ ରାସ୍ତା ଉପରେ କୁତ୍ରିମ ପୋଖରୀ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ଦୈନିକ ଲକ୍ଷ୍ମୀ ବସ, ଘରୋଇ ବସ୍ ଓ ଭାରି
ଯାନବାହନ ଯିବାଆସିବା କରୁଛି । କେତେବେଳେ ଦୁର୍ଘଟଣା ଘଟିବ କହିବା ଅସମ୍ଭବ । ଏହି ରାସ୍ତା ଦେଇ ବିଭାଗୀୟ ଅଧିକାରୀମାନେ
ଯାଉଛନ୍ତି କିନ୍ତୁ କାହାର ଦୃଷ୍ଟି ନ ପଡିବା ପରିତାପର ବିଷୟ ହୋଇଛି । ଡ୍ରେନେଜର ବ୍ୟବସ୍ଥା ଓ ପିଚୁ ରାସ୍ତା ମରାମତି କରିବାକୁ କୋଟି କୋଟି
ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହି ଦୁର୍ଗମ ଅଞ୍ଚଳରେ ଅଣଦେଖା କରିବା ଠିକ ହେଉ ନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଖବର
ପ୍ରସାରଣ ପରେ ପ୍ରଶାସନ ଶୀଘ୍ର ଏହାର ପ୍ରତିକାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ମରଣଯନ୍ତା ପାଲଟିଛି ଖଜୁରୀ ରାସ୍ତା
Next Post