ଭୁବନେଶ୍ୱର,: ପ୍ରତ୍ୟେକ ମହିଳାମାନଙ୍କ ମଧ୍ୟରେ ପ୍ରତିଭା ରହିଛି । ଏହାର ଉପଯୋଗ କରି ସେମାନେ ଜଣେ ଜଣେ ଉଦ୍ୟୋଗୀ ହୋଇ ପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଏକ କୋଟି ମହିଳାଙ୍କୁ
ସୁଭଦ୍ରା ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତାଳବଣିଆ ଜିଲ୍ଲା ଷ୍ଟାଡିୟମ ଠାରେ ପୁରୀ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନ ଓ ବଜାର ସୃଷ୍ଟି ପାଇଁ ଏହି ମେଳାର ଆୟୋଜନ । ରାଜଧାନୀ ଭୁବନେଶ୍ୱର ସହ ପୁରୀକୁ ମିଶାଇ ଅନ୍ୟ ୫
ଜିଲ୍ଲାରେ ଏହି ମେଳା ଆୟୋଜିତ ହେଉଛି । ମହିଳାମାନଙ୍କୁ ପ୍ରଶିକ୍ଷଣ ସହ ପ୍ରତି ଗ୍ରାମରେ ଅନ୍ୟୁନ ୫ ଜଣ ମହିଳାଙ୍କୁ ଲକ୍ଷପତି କରିବାର ଲକ୍ଷ୍ୟ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ମେଳା ଆଗାମୀ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଏଥିରେ ୧୫୦ରୁ ଉର୍ଦ୍ଧ୍ୱ ଷ୍ଟଲ ରହିଅଛି । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଲୋକସଭା ସାଂସଦ ଡା.ସମ୍ବିତ ପାତ୍ର ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶକ ତଥା ସିଇଓ ଡଃ ମୋନୀକା ପ୍ରିୟଦର୍ଶିନୀ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଉଦ୍ଘାଟନୀ ସଭାରେ ଉପସ୍ଥିତ ରହିଥିଲେ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା, ସେମାନଙ୍କ ଉତ୍ପାଦକୁ ବିଶ୍ୱ ଦରବାରରେ ପହଞ୍ଚାଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ଓ ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟିର ଲକ୍ଷ୍ୟ ନେଇ ଏହି ମେଳା ବେଶ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ମେଳାରେ ବିଭିନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ୱାରା ଖୋଲା ଯାଇଥିବା ଷ୍ଟଲରେ ସାମଗ୍ରୀ କିଣିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ସେହିପରି ମ୍ୟାଜିକ୍ ନମ୍ବର କୋଟିଏରୁ ଉର୍ଦ୍ଧ୍ୱ ଛୁଇଁଛି ସୁଭଦ୍ରା । ଅର୍ଥାତ ଏଯାଏଁ ୧ କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେଲେଣି । ଯେଉଁମାନେ ଆବେଦନ କରିନାହାନ୍ତି, ସେମାନେ ମାର୍ଚ୍ଚ ୩୧ ତାରିଖ ଯାଏଁ ସୁଭଦ୍ରା ଆବେଦନ କରିପାରିବେ ତାରିଖ ଭିତରେ ଯେଉଁମାନେ ଆବେଦନ କରିଥିବେ, ସେମାନେ ଏକକାଳୀନ ସୁଭଦ୍ରା ଟଙ୍କା ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ ସମସ୍ତ ହିତାଧିକାରୀ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ହେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୬ରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାରେ ୧ ଲକ୍ଷ ୭୦ ହଜାର ମହିଳା ଟଙ୍କା ପାଇବେ । ହିତାଧିକାରୀଙ୍କ ଖାତାଙ୍କୁ ଯିବ ୫ ହଜାର ଟଙ୍କା । ସେହିପରି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ସୁଭଦ୍ରାର ୨ୟ କିସ୍ତି ପ୍ରଦାନ କରାଯିବ । ଏହାଦ୍ୱାରା ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ । ଏଯାଏଁ ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର ଲେଖାଏଁ ଟଙ୍କା ମିଳିଛି । ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ଓ ଡିବିଟି ନେଇ ଥିବା ସମସ୍ୟା କାରଣରୁ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନି । ‘ସୁଭଦ୍ରା\’ ପ୍ରଥମ କିସ୍ତିର ଏମାନେ ଶେଷ ହିତାଧିକାରୀ ହୋଇଥିବା ବେଳେ ମାର୍ଚ୍ଚ ୬ରେ ୫ମ ପର୍ଯ୍ୟାୟରେ ଏମାନଙ୍କୁ ପ୍ରଥମ କିସ୍ତିର ଟଙ୍କା ମିଳିବ । ୮ରେ ସମସ୍ତ ପ୍ରାୟ ୧ କୋଟି ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ।
ମାର୍ଚ୍ଚ ୮ରେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଅର୍ଥ ପ୍ରଦାନ
Prev Post