ଜଗତସିଂହପୁର, ଜିଲ୍ଲା ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଏବଂ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ସମ୍ବନ୍ଧ ରେ ଏକ ସଚେତନା କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଅଧିକାରୀ ଡାକ୍ତର ରଶ୍ମୀ ରଞ୍ଜନ ପଟ୍ଟନାୟକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଯକ୍ଷ୍ମା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଡାକ୍ତର ଦାଶ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମରେ ଗଣମାଧ୍ୟମର ସାମିଲ ହେବାର ଗୁରୁତ୍ୱ ବିଷୟରେ କହିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ମହାନ୍ତି ପ୍ରତ୍ୟେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯକ୍ଷ୍ମା ଉପରେ ଖବର ପ୍ରସାରଣ ଏବଂ ପ୍ରକାଶ କରିବାକୁ ଆହ୍ୱାନ କରିଛନ୍ତି ଯାହା ଦ୍ଵାରା ସମାଜରୁ କଳଙ୍କ ଏବଂ ଭେଦଭାବ ହ୍ରାସ କରାଯାଇପାରିବ। ଆସନ୍ତୁ ଯକ୍ଷ୍ମା ଦୂର କରିବା ଏବଂ ଏକ ସୁସ୍ଥ ଭବିଷ୍ୟତ ଗଠନ କରିବା ପାଇଁ ହାତ ମିଳାଇବାଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।