ରଣ୍ଢା ଗାୟତ୍ରୀ ପରିବାର ପକ୍ଷରୁ 21 କୁଣ୍ଡିଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

0 151

ରଣ୍ଢା ଗାୟତ୍ରୀ ପରିବାର ପକ୍ଷରୁ ବିଶ୍ଵଶାନ୍ତି ବା ବିଶ୍ୱ କଲ୍ୟାଣଥେ ରଣ୍ଢା ଗ୍ରାମରେ ଏକ ବିଶାଳକାୟ 21 କୁଣ୍ଡିଓ ଗାୟତ୍ରୀ ମହାଯଜ୍ଞ ଆୟୋଜନ କରାଯାଇଥିଲା ଯାହା ରଣ୍ଢା ଗାୟତ୍ରୀ ପରିବାରର ବହୁଦିନର ସପ୍ନ ଥିଲା ଯାହା ଆଜି ସାକାର ହୋଇଛି କହିଲେ ଅତୃକ୍ତି ହେବ ନାହିଁ l ସନ୍ଧ୍ୟାରେ ଦୀପଯଜ୍ଞ ର ଆୟୋଜନ କରାଯାଇଛି l ଅଞ୍ଚଳର ପ୍ରାୟ ତିନି ଶହରୁ ଉର୍ଦ୍ଧ ମହିଳା କଳସ ଯାତ୍ରାରେ ଯୋଗଦେଇ ଥିଲେ l ଏହି କାଯ୍ୟକ୍ରମରେ ରଣ୍ଢା ଗାୟତ୍ରୀ ପରିବାରର ମୁଖ୍ୟ ପରିଚାଳକ ଶମ୍ଭୁ କୌଳାଶ ପାଣିଗ୍ରାହୀ ସର୍ବ ବ୍ୟବସ୍ଥା ପ୍ରମୁଖ ଥିବା ବେଳେ ମୁଖ୍ୟ ବ୍ୟାସ ଭାବେ ରମ୍ଭା ଶକ୍ତିପୀଠର ମୁଖ୍ୟ ଗୋକୁଳ ଚନ୍ଦ୍ର ପ୍ରଧାନ ଯଜ୍ଞ ଆରମ୍ଭ କରିଥିଲେ l ସାଇକ୍ରୀଷ୍ଣା ସାହୁ,ଜଗନ୍ନାଥ ସାହୁ,ତପନ ଚୌଧୁରୀ,ଜଗନ୍ନାଥ ମହାନ୍ତି,ଈଶ୍ୱର ପାତ୍ର,ଉଦୟ ନାଥ ସାହୁ,ଶିବରାମ ପାତ୍ର,ନାରାୟଣ କର,ସୁଦୀର ସାହୁଙ୍କ ସହ ରଣ୍ଢା ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ,ରଣ୍ଢା ଗ୍ରାମବାସୀ,ରଣ୍ଢା ବ୍ୟବସାୟୀ ସଂଘ,ଓ ଆର ଏସ ଏସ ରଙ୍ଗେଈଲୁଣ୍ଡା ବ୍ଲକ ସଂକୁଳର କିଛି ସ୍ବେଛାସେବୀ ଯୋଗଦେଇ କାଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ବେଳେ ଏହି ମହାନ କାଯ୍ୟକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ l

Leave A Reply

Your email address will not be published.