ଶ୍ରେଷ୍ଠ ଆର୍ଥିକ ପ୍ରଦର୍ଶନ: ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ

0 115

ଭୁବନେଶ୍ୱର, : ଆର୍ଥିକ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକର ଏକ ତାଲିକା ଜାରି ହୋଇଛି । ଶ୍ରେଷ୍ଠ ଚାରିଟି ରାଜ୍ୟ ଭିତରେ ଓଡ଼ିଶା ରହିଛି । ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସହିତ ଓଡ଼ିଶା \”ଆଉଟ୍ପରଫର୍ମର\’ (ଶ୍ରେଷ୍ଠ ପ୍ରଦର୍ଶନକାରୀ) ବର୍ଗରେ ରହିଛି । ୧୫ଟି ରାଜ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟକୁ କେୟାରଏଜ୍ ରେଟିଂସ୍ ପକ୍ଷରୁ ଜାରି କରାଯାଇଛି । ରାଜ୍ୟଗୁଡ଼ିକୁ ତିନିଟି ବର୍ଗ ଯଥା ଆଉଟ୍ପର୍ଫର୍ମର, ହାଇ ପର୍ଫମର୍ର୍ (ଉଚ୍ଚ ପ୍ରଦର୍ଶନକାରୀ) ଓ ମଡରେଟ୍ ପର୍ଫମର୍ର୍ (ମଧ୍ୟମ ପ୍ରଦର୍ଶନକାରୀ) ବର୍ଗରେ ରଖାଯାଇଛି । ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଗୁଡ଼ିକ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ରାଜସ୍ୱରେ ଏହି ରାଜ୍ୟଗୁଡ଼ିକ ଆତ୍ମର୍ନିଭରଶୀଳ । ସେମାନଙ୍କ ରାଜସ୍ୱ ଆୟର ୬୦- ୮୦ ପ୍ରତିଶତ ହେଉଛି ରାଜ୍ୟ ନିଜସ୍ୱ ଟିକସ । ଏହି ରାଜ୍ୟ ଗୁଡ଼ିକର ରାଜସ୍ୱ ନିମ୍ନ ସ୍ତରରେ ରହିଥିବାରୁ, ବିକାଶମୂଳକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବା ଲାଗି ସେମାନେ ଭଲ ସ୍ଥିତିରେ ରହିଛନ୍ତି । ଋଣ ସ୍ତର ମଧ୍ୟ କମ୍‌ ରହିଛି । ଉପରୋକ୍ତ ରାଜ୍ୟ ଗୁଡ଼ିକର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି)କୁ ଋଣ ଅନୁପାତ ୧୬- ୨୭ ପ୍ରତିଶତ ମଧ୍ୟରେ ରହିଛି । ଯଦିଓ ଟିକସ ରାଜସ୍ୱ ବୁଛି, କିନ୍ତୁ ଏହି ରାଜ୍ୟଗୁଡ଼ିକୁ ପୁଞ୍ଜି ବ୍ୟୟ ଲକ୍ଷ୍ୟ ହାସଲ କରିବା ପାଇଁ ଭିତ୍ତିଭୂମି ପ୍ରକଳ୍ପରେ ଖର୍ଚ୍ଚ ବାଇବାର ଆବଶ୍ୟକତା ଥିବା ରିପୋର୍ଟରେ କୁହାଯାଇଛି । ଦେଶର ପ୍ରମୁଖ ୧୫ଟି ରାଜ୍ୟ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ଏହି ରାଜ୍ୟ ଗୁଡ଼ିକ ୭.୫ ଲକ୍ଷ କୋଟି ଟଙ୍କା ବ୍ୟୟ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେୟ ସେଥିରୁ ସେମାନେ ମାତ୍ର ୪୮ ପ୍ରତିଶତ ବ୍ୟୟ କରିଛନ୍ତି । ତେଣୁ ମାର୍ଚ୍ଚ ମାସରେ ସେମାନଙ୍କୁ ଆହୁରି ଅଧାରୁ ଅଧିକ ବ୍ୟୟ କରିବାର ଚାପ ରହିଛି । ୨୦୨୪- ୨୫ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ସେମାନେ ୩.୫୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିଥିଲେ ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪ ପ୍ରତିଶତ କମ୍ । ଗତବର୍ଷ ର୍ନିବାଚନ ହେବାରୁ ଏଭଳି ସ୍ଥିତି ଦେଖା ଦେଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.