ସାବାଡ୍ ହେବେ ମଦ୍ୟପ ଚାଳକ, ରାସ୍ତାରେ ଜଗିବ ସର୍ଭେଲାନ୍ସ କ୍ୟାମେରା

0 75

ପାରାଦ୍ୱୀପ, : ସାବାଡ୍ ହେବେ ମଦ୍ୟପ ଟ୍ରକ୍ ଚାଳକ । ଲାଇସେନ୍ସ ରଦ୍ଧ ହେବା ସହ ବନ୍ଧା ହେବେ ମାଲିକ । ଯଗିବ ଆରଟିଓ ସର୍ଭେଲାନ୍ସ କ୍ୟାମେରା ଆଇନ କି ଉଲଂଘନ କଲେ ମାଲିକଙ୍କ ଆକାଉଣ୍ଟରୁ କଟିବ ମୋଟା ଅଙ୍କର ଯୋରିମନା ସହ ଚାଳକର ରଦ୍ଦ ହେବ ଲାଇସେନ୍ସ । ପାରାଦୀପ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଜେ ସୋନାଲଙ୍କ ନେତୃତରେ ପାରାଦୀପ ବନ୍ଦର ପ୍ରାଧିକରଣର ଉଚ୍ଚପଦସ୍ଥ ଅଧିକାରୀ ଓ ପାରାଦୀପରେ ଥିବା ବିଭିନ୍ନ ଶିଳ୍ପାୟାନର ଅଧିକାରୀ ଓ ବିଭିନ୍ନ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ଦୃର୍ଘଟଣାକୁ କିଭଳି ଭାବରେ ରୋକାଯାଇ ପାରିବ ସମସ୍ତଙ୍କ ମିଳିତ ପ୍ରୟାସ୍‌ରେ ଦୁର୍ଘଟଣାକୁ ରୋକାଯାଇ ପାରିବ ସେଥି ପାଇଁ ଜଗତସିଂହପୁର ଜିଲ୍ଲା ଏସ୍‌ପିଙ୍କୁ କଡା ଚେତାବନୀ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ବା ସ୍ଥାନୀୟ ବିଧାୟକ ସମ୍ପନ୍ଦ ଚନ୍ଦ୍ର ସ୍ୱାଇଁ । କାରଣ ମରଣ ଯନ୍ତା ପାଲଟିଛି ଚଣ୍ଡିଖୋଲ ପାରାଦ୍ୱୀପ ଜାତିୟ ରାଜପଥ । ବେଲଗାମ୍ ଧାଡି ଭଙ୍ଗା ଆଇରନ ଟ୍ରକ କବଳରେ ପାରାଦ୍ୱୀପ ବନ୍ଦର ପ୍ରବେଶ ପଥ ଯାହାକୁ ନେଇ ଆକ୍ସନ୍‌ ମୁଡ୍ ଜିଲ୍ଲା ପ୍ରଶାସନ । ପାରାଦୀପ ବନ୍ଦର ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳରେ ଘଟିଥିବା ଦୁର୍ଘଟଣା ଓ ଭୂତୁମୁଣ୍ଡାଇରୁ ଅଠରବାଙ୍କି ମଧ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ତଥା ଆଗାମୀ ଦିନ ମାନଙ୍କରେ ସଡ଼କ ଦୁର୍ଘଟଣାଗୁଡ଼ିକୁ କିପରି ଭାବରେ ହ୍ରାସ କରାଯାଇପାରିବ । ସହଜରେ କିପରି ପାରାଦୀପ ବନ୍ଦର ମଧ୍ୟକୁ ପଣ୍ୟ କାରବାର ଅନାୟସରେ କରାଯାଇପାରିବ ତତ୍‌ସମ୍ପର୍କରେ ଏକ ଜରୁରକାଳୀନ ବୈଠକ ଆହୂତ କରାଯାଇଥିଲା । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ନିଳାଭ୍ର ଦାଶଗୁପ୍ତା, ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ସହିତ ପାରାଦୀପ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ଥାନୀୟ କୁଜଙ୍ଗ ତହସିଲଦାର, ସ୍ଥାନୀୟ ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ବୃନ୍ଦ, ପାରାଦୀପ ବନ୍ଦର ଡେପୁଟି ଟ୍ରାଫିକ ମ୍ୟାନେଜର, ରାସ୍ତା ଓ ଗୃହନିର୍ମାଣ, ଜଗତିସଂହପୁରର ଅଧିକ୍ଷଣ ଯନ୍ତ୍ରୀ, ଆଞ୍ଚଳିକ ପରିବହନ ଅଧିକାରୀ, ଜଗତସିଂହପୁର ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଜିଲ୍ଲାପାଳ ବୈଠକର ଗୁରୁତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମାନ୍ୟବର ମନ୍ତ୍ରୀ ସ୍ଥାନୀୟ ପାରାଦୀପ ବନ୍ଦର ଅଞ୍ଚଳରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ଓ ସେଥିରେ ଚାଲି ଯାଉଥିବା ମୂଲ୍ୟବାନ ଜୀବନ ଉପରେ ଶୋକ ପ୍ରକାଶ କରିଥିଲେ । ଭବିଷ୍ୟତରେ ଯେପରି ଧନ ଜୀବନ ଅକାଳରେ ନଯାଏ ସେଥିପାଇଁ ସମସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ଭୂତୁମୁଣ୍ଡାଇରୁ ଆସୁଥିବା ସମସ୍ତ ମାଲ ବାହୀ ଟ୍ରକ୍ ଗୁଡ଼ିକର ଡ୍ରାଇଭରମାନଙ୍କ ବାଧ୍ୟତାମୂଳକ ମଦ୍ୟପାନ ପରୀକ୍ଷା କରାଯିବ ।

Leave A Reply

Your email address will not be published.