ସିମା ଟପିଲା ଅଶ୍ଳିଳତା , ଆଇଆଇସି ଙ୍କ ସମ୍ମୁଖରେ ଚାଲିଲା ଅଶ୍ଳିଳ ନୃତ୍ୟ

0 84

ମାଲକାନଗିରି – ସିମା ଟପିଲା ଅଶ୍ଳିଳତା , ଆଇଆଇସି ଙ୍କ ସମ୍ମୁଖରେ ଚାଲିଲା ଅଶ୍ଳିଳ ନୃତ୍ୟ । ଆଉ ଏହାକୁ ମନଭରି ଉପଭୋଗ କରୁଥିଲେ ମାଥିଲି ଥାନା ଅଧିକାରି ଦେବଦତ୍ତ ମଲ୍ଲିକ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଥାନା ଅନ୍ତର୍ଗତ କତାମେଟା ଗ୍ରାମରେ । କତାମେଟା ରେ ଆୟୋଜିତ ହେଉଥିବା କତାମେଟା ମହୋତ୍ସବ ରେ ନାଚ ପରିବେଷଣ କରିବାକୁ ଆସିଥିଲା ଶ୍ରୀକ୍ଷେତ୍ର ଗଣନାଟ୍ୟ । ବର୍ତ୍ତମାନ ଯାତ୍ରା ରେ ଅଶ୍ଳିଳତା ବଢିଚାଲିଥିବା ବେଳେ ବେପାର ବଢାଇବାକୁ ଯାତ୍ରା ପାର୍ଟୀ କଳାକାର ଙ୍କ ସହାୟତା ନେଉଛି । ଏଠାରେ ମଧ୍ୟ ନିଜ ବେପାର ବଢାଇବାକୁ ସାହୁ ଭାଉଜ ନାମକ ଅଭିନେତ୍ରି ଙ୍କୁ ଅଣାଯାଇଥିଲା । ତେବେ ସଂପୃକ୍ତ ଅଭିନେତ୍ରି ସବୁକିଛି ଭୁଲି ମଂଚ ରେ ପରିବେଷଣ କରିଚାଲିଥିଲେ ଲଂଗଳା ନାଚ । ସଂଗୀତ ର ତାଳେ ତାଳେ ଏହି ଦୃଶ୍ୟ କୁ ଉପଭୋଗ କରିଚାଲିଥିଲେ ଜନସାଧାରଣ । ତେବେ ଏହି ସମୟରେ ସମ୍ମୁଖରେ ବସି ଏହି ଦୃଶ୍ୟ କୁ ଉପଭୋଗ କରୁଥିଲେ ମାଥିଲି ଥାନାଧିକାରୀ ଦେବଦତ୍ତ ମଲ୍ଲିକ । ଯାହା କୁ ସାଧାରଣ ରେ ନିନ୍ଦା କରାଯାଇଛି । ଏପରିକି ଗତ କିଛିଦିନ ପୂର୍ବେ ଏଭଳି ଘଟଣା କୁ ନିନ୍ଦା କରାଯାଇଥିବା ବେଳେ ତୁମ୍ବିତୋଫାନ ମଧ୍ୟ ହୋଇଥିଲା । ତେବେ ପ୍ରଶାସନିକ ଅଧିକାରୀ ଙ୍କ ଉପସ୍ଥିତିରେ ଏଭଳି ନୃତ୍ୟ କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି l

Leave A Reply

Your email address will not be published.