୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ

0 72

ଭୁବନେଶ୍ୱର/ପୁରୀ, : ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ବଡ଼ଦେଉଳର ନାଟମଣ୍ଡପରେ
ଜଗା ଦର୍ଶନ ହେବ ସହଜ । ଧାଡ଼ି ଦର୍ଶନ ପାଇଁ ର‌୍ୟାମ୍ପ ଓ ବ୍ୟାରିକେଡ୍‌ ଲଗାଇବା ପ୍ରକିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ୪ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ କରାଯାଇଥଲା । ବୁଧବାରଠୁ ପୁଣି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ । ରତ୍ନଭଣ୍ଡାରେ ଫାଟ ସ୍ଥାନରେ କେମିକାଲ ଟିମ୍ କେମିକାଲ ପ୍ରଲେପ ଦେବା କାମ କରିବ । ପରେ
ଚଟାଣରେ ରହିଥିବା ପ୍ଲାଷ୍ଟରକୁ ଛଡ଼ାଇ ଗ୍ରାନାଇଟ୍ ପଥର ପକାଯିବ । ଭିତର ଭଣ୍ଡାର ଦକ୍ଷିଣ ପାଶ୍ୱର୍ର ଗ୍ରିଲ ଉପରେ ରହିଥିବା ବିମକୁ ବଦାଇ ଦିଆଯିବ । ମରାମତି ସରିବା ପରେ ଗଣତିମଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ସୂଚନା
ଦେଇଛନ୍ତି । ସୂଚନା ଅନୁଯାଇ, ଶ୍ରୀମନ୍ଦିରରେ ଧାଡ଼ ଦର୍ଶନ ଆରମ୍ଭ ହେଲେ ର‌୍ୟାମ୍ପ ଓ ବ୍ୟାରିକେଡରେ ମହାପ୍ରଭୁଙ୍କ ଦର୍ଶନ ଖୁବ୍ ଭଲ ଭାବେ ହୋଇପାରିବ । ଆଉ ବଡ଼ଦେଉଳ ବାହାର କାଠ ପାଖରୁ ଶ୍ରଦ୍ଧାଳୁଙ୍କୁ ପାଦ ଟିପରେ ଟେକି ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି ଭିଡ଼ରେ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବନି । ବ୍ୟାରିକଡରେ ଯାଇ ର‌୍ୟାମ୍ପ ଉପରେ ଠିଆ ହୋଇଗଲେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ମିଳିଯିବ । ଆଗରେ ଥିବା ଶ୍ରଦ୍ଧାଳୁ ଓ ପଛରେ ଥିବା ଶ୍ରଦ୍ଧାଳୁ ସମସ୍ତେ ମହାପ୍ରଭୁଙ୍କ ଆଖି ପୂରାଇ ବାହାର କାଠ ପାଖରୁ ଠାକୁର ଦର୍ଶନ କରିପାରିବେ । ପ୍ରାୟ ୧୫ରୁ ୧୩ ଫୁଟ ପର୍ଯ୍ୟନ୍ତ ଲମ୍ବା ୬ ଥାକିଆ ର‌୍ୟାମ୍ପ ଯୁକ୍ତ ବ୍ୟାରିକେଡ୍‌ କରାଯାଇଛି । ଯେପରି ପ୍ରେକ୍ଷାଳୟରେ ସିଟଗୁଡ଼ିକ ପଛକୁ ଉଚ୍ଚ ହୋଇଥାଏ ଠିକ୍ ସେହିପରି ଏହି ର‌୍ୟାମ୍ପ ପଛକୁ ପଛ ୪ଇଞ୍ଚ ଲେଖାଏଁ ଉଚ୍ଚ ହୋଇ ୬ ଥାକରେ ରହିଛି । ର‌୍ୟାମ୍ପର ଦୁଇପାଶ୍ୱର୍ ନୁଆଁଣିଆ ଓ ମଝି ଢାଲୁଆ । ଫଳରେ ଶ୍ରଦ୍ଧାଳୁଙ୍କୁ ର‌୍ୟାମ୍ପ ଉପରେ ଚଢିବାରେ ଠାକୁର ଦର୍ଶନ କରିବେ ସୁବିଧା ହେବ । ଥରକରେ ପ୍ରାୟ ୧୫୦ରୁ ୨୦୦ ଶ୍ରଦ୍ଧାଳୁ ଏହି ର‌୍ୟାମ୍ପରେ ଚଢି ବ୍ୟାରିକେଡ୍ ଭିତରେ ଠାକୁର ଦର୍ଶନ କରିପାରିବେ । ଏଠାରେ ଠେଲାପେଲା ହେବାକୁ ପଡ଼ିବନି । ଆଗ ଲୋକ ଯେପରି ଭଲଭାବେ ଠାକୁର ଦର୍ଶନ କରିବ, ପଛରେ ରହିଥିବା ଲୋକମାନେ ମଧ୍ୟ ଠିକ୍‌ ସେହିପରି ଠାକୁର ଦର୍ଶନ କରିବେ । ଶ୍ରୀମନ୍ଦିର ନାଟମଣ୍ଡପରେ ହେଉଥିବା ୬ଥାକିଆ ବ୍ୟାରିକେଡ୍ ଓ ର‌୍ୟାମ୍ପ ଦର୍ଶନ ବ୍ୟବସ୍ଥାରେ ୩ଟି ଲାଇନ୍ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗ ନିମନ୍ତେ ଏବଂ ବାକି ୩ଟି ପୁରୁଷଙ୍କ ନିମନ୍ତେ ଉନ୍ମୁକ୍ତ ରହିବ । ଶ୍ରଦ୍ଧାଳୁମାନେ ସାତପାହାଚ ନେଇ ନାଟମଣ୍ଡପରେ ଠାକୁର ଦର୍ଶନ କରିବା ପରେ ଗାରଦ ଦ୍ୱାର ଓ ଘଣ୍ଟି ଦ୍ୱାର ଦେଇ ପାଟଅଗଣାକୁ ବାହାରିବେ ।

Leave A Reply

Your email address will not be published.