୨୦୨୬ ସୁଦ୍ଧା ୫ ଜଳମାର୍ଗ ପ୍ରକଳ୍ପ

0 125

ଭୁବନେଶ୍ୱର, : ରାଜ୍ୟରେ ବିକାଶ କରାଯାଉଥିବା ୫ଟି ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରକଳ୍ପ ୨୦୨୬ ଏପ୍ରିଲ୍ ସୁଦ୍ଧା କାର୍ଯ୍ୟକ୍ଷମ
ହେବ । ସଂସଦରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷର ଜାତୀୟ ଜଳମାର୍ଗ ବିକାଶ ପାଇଁ ୧୧୯୫.୧୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ବ୍ରାହ୍ମଣୀ ନଦୀରେ ଜାତୀୟ ଜଳମାର୍ଗ-୫ ଅଧୀନରେ ଧାମରା-ପାରାଦୀପ ଭାୟା ମଙ୍ଗଳାଯୋଡ଼ିରୁ ପଙ୍କପାଳ ପର୍ଯ୍ୟନ୍ତ ଓ
ମହାନଦୀ ଉପରେ ଜଳମାର୍ଗ-୬୪ ଭଳି ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରାଯାଇଛି । ମନ୍ତ୍ରୀ ଶ୍ରୀ ସୋନାୱାଲ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ୧୫.୨୦ କୋଟି ଟଙ୍କା ବଜେଟ୍‌ରେ ଜାତୀୟ ଜଳମାର୍ଗ-୬୪ ଅଧୀନରେ ମହାନଦୀ ଉପରେ ମୁସାଡିଆ-ବାହାକୁଦା ଫେରି ସେବା ପାଇଁ ଦୁଇଟି ଏବଂ ଜାତୀୟ ଜଳମାର୍ଗ-୧୪ରେ ବେତରଣୀ ନଦୀରେ ଗୋଟିଏ ଭାସମାନ ଜେଟି ବିକାଶ କରାଯାଉଛି । ଏହି ପ୍ରକଳ୍ପ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ସମ୍ଭାବନା ରହିଛି । ସେହିପରି, ଜାତୀୟ ଜଳମାର୍ଗ-୬୪ ଅଧୀନରେ ଇଫ୍‌କୋ ପାଇଁ ମହାନଦୀରେ ଏକ ଜେଟି ସ୍ଥାପନ କରାଯାଉଛି । ଏହି
ପ୍ରକଳ୍ପରେ ୬୭ କୋଟି ଟଙ୍କା ବିନିଯୋଗ କରାଯାଉଥିବା ବେଳେ ତାହା ୨୦୨୬ ଏପ୍ରିଲ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି । ଅନ୍ୟ ତିନି ଜଳମାର୍ଗ ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୋନାୱାଲ ଦେଇଥିବା ସୂଚନା ଅନୁସାରେ, ଜାତୀୟ ଜଳମାର୍ଗ-୬୪ ଅଧୀନରେ ମହାନଦୀରେ ଫେୟାରୱେ ରକ୍ଷଣାବେକ୍ଷଣରେ ୧୦ କୋଟି ଟଙ୍କା ନିବେଶ କରାଯାଉଛି । ସେ ୦୨୬ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି । ଜାତୀୟ ଜଳମାର୍ଗ ୬୪ ଅଧୀନରେ ଦିଗ ମାପକ ସହାୟତା ପାଇଁ ୨.୩୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଜାତୀୟ ଜଳମାର୍ଗ-୫ର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌)କୁ ଅପ୍ଡେଟ୍ କରିବା ଲାଗି ୩.୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି କାର୍ଯ୍ୟ ୨୦୨୬ ଜୁନ୍ ସୁଦ୍ଧା ଶେଷ ହେବା ଆଶା କରାଯାଉଛି । ଅନ୍ୟ ପକ୍ଷରେ ବନ୍ଦର ସଂଯୋଗୀକରଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସୋନାୱାଲ ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ୧୩,୮୦୧ କୋଟି ଟଙ୍କାରେ କାର୍ଯ୍ୟକାରୀ କରାଯାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହୋଇଛି । ୮୭୩୫ କୋଟି ଟଙ୍କା ନିବେଶରେ କିଛି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି ଏବଂ ୧୧,୭୪୪ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ବିକାଶ ପର୍ଯ୍ୟାୟରେ ରହିଛି ବୋଲି ସେ କହିଛନ୍ତି

Leave A Reply

Your email address will not be published.