୨ ଗଂଜେଇ ବେପାରୀ ବନ୍ଧା ହେଲେ

0 65

ବଲାଙ୍ଗୀର ଜିଲ୍ଲା ର ଦେଓଗାଁ, ତୁଷୁରା ଥାନା ଅଞ୍ଚଳରେ ବେ ଧଡକ ଭାବରେ ଚାଲୁଛି ଗଞ୍ଜେଇ କାରବାର।ଦୁଇଟି ପୁଲିସ ଥାନା ସହ ଗୋଟିଏ ଅବକାରୀ ଥାନା ଥିଲେ ବି ଖାତିର କରୁ ନାହାନ୍ତି ଗଞ୍ଜେଇ ମାଫିଆ। ଯେତେ ଧରା ପଡ଼ୁଛନ୍ତି ସେତେ ଗଞ୍ଜେଇ ଚାଲାଣ ବଢୁଛି। ମହା ଶିବ ରାତ୍ରି ଯାତ୍ରା ଚାଲିଥିବାରୁ ଭୋଲା ବାବା ଙ୍କ ପ୍ରସାଦ ପାଇ ଡେରା ପକାଇ ଛନ୍ତି ଅନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ। କିଏ ଗାଁ ରେ ଘର ଭଡ଼ା ନେଇ ରହୁଛି ତ ପୁଣି କିଏ ସହର ରେ ଥିବା ହୋଟେଲ ରେ ରହୁଛି। ଗତ କିଛିଦିନ ହେଲା ଦେଓଗାଁ ପୁଲିସ ଚଢାଉ କରି ଗଂଜେଇ ବେପାରୀ ଙ୍କ କାର୍ଯ୍ୟନୁଷ୍ଠାନ ନେବା ପରେ ମାଫିଆଙ୍କ ଅକଲ ଗୁଡୁମ୍ ହୋଇଛି। ତେବେ ଆଜି ଦେଓଗାଁ ପୁଲିସ ଚଢାଉ କରି ୨୦ କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି।ବୌଦ୍ଧ ଜିଲ୍ଲା କଣ୍ଟା ମାଲ ଅଞ୍ଚଳ ରୁ ଦେଓଗାଁ ଓ ତୁଷୁରା ଦେଇ ପ୍ରତିଦିନ ରାଜ୍ୟ ବାହାର କୁ ଗଞ୍ଜେଇ ଚାଲାଣ ହେଉଥିବା ର ଅଭିଯୋଗ ହୋଇ ଆସୁଥିଲା ଫଳରେ ଦେଓଗାଁ ପୁଲିସ ଛକି ରହି ଦେଓଗାଁ – ଜରା ସିଂହା ରାସ୍ତାରେ ଚଢାଉ କରି ଏଲ୍ ଲାଲ ରଙ୍ଗର ବାଇକ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ କରିବା ପରେ ବାଇକ ଡିକି ଓ ବ୍ୟାଗ ରୁ ପୂଳା ପୂଲା ଗଂଜେଇ ବାହାରିଥିବା ପୁଲିସ୍ ଦେଖିବା କୁ ପାଇଥିଲା। ଦେଓଗାଁ ତହସିଲଦାର ବିକ୍ରମ କେଶରୀ ନାୟକ ମାଜିଷ୍ଟ୍ରେଟ ଭାବରେ ଆସିବା ପରେ ଜବତ୍ ଗଂଜେଇ ଓଜନ ହୋଇଥିଲା। ଜବତ ହୋଇଥିବା ଗଞ୍ଜେଇ ୨୦ କେଜି ୯ଶହ୧୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ବୋଲି ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଯୁବକ ଦୁଇ ଜଣ ହେଲେ ଛତିଶ ଗଡ଼ ରାଜ୍ୟ ଦୂର୍ଗ ସହର ର ଅତୁଲ ପଟ୍ଟନାୟକ ଓ ବଲାଙ୍ଗିର ଖପ୍ରା ଖୋଲ ଥାନା କିନ୍ଦ୍ରି ତାଲ ଗାଁ ର ପ୍ରିତମ ବାଗ ଏହି ଦୁଇ ଜଣକୁ ପୁଲିସ କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.