ଆହତ ହାତୀର ଚିକିତ୍ସା

0 837

ଭୁବନେଶ୍ୱର,: ଗୋଟିଏ ୫-୬ ବର୍ଷ ବୟସ୍କbନାବାଳକ ହାତୀ କରଞ୍ଜିଆ ବନ ବିଭାଗର ଅଧୀନରେ ଥିବା ପୋକାମୁଣ୍ଡା ଗ୍ରାମରେ ଗତ ୪ତାରିଖ ଦିନ ୪:୧୦ ପୂର୍ବାହ୍ନରେ ଏକ ମୋରମ ଖାଦାନରେ ପଡ଼ି ଆହତ ଅବସ୍ଥାରେ ଚିହ୍ନଟ ହୋଇଥିଲା । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପ୍ରାଣୀ  ଚିକିତ୍ସା ଦଳ ଆହତ ହାତୀ ଛୁଆଟିକୁ ମା\’ହାତୀଠାରୁ ଅଲଗା କରିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ପରେ ସେହି ଦିନ ରାତି ୯.୦୦ଟା ରେ ହାତୀଟିକୁ ଚିକିତ୍ସା ପାଇଁ କରଞ୍ଜିଆ କେନ୍ଦ୍ରୀୟ ଚାରା କେନ୍ଦ୍ରକୁ ଅଣାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ହାତୀଟିର ଉନ୍ନତ ମାନର ଚିକିତ୍ସା କରିବାପାଇଁ ଏହାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ୦୫.୦୧.୨୦୨୫ ଦିନ ନନ୍ଦକାନନ ପ୍ରାଣୀ ଉଦ୍ୟାନର ଏକ ବିଶେଷଜ୍ଞ ଦଳ କରଞ୍ଜିଆକୁ ହାତୀଟିର ଚିକିତ୍ସା କାର୍ଯ୍ୟର ତଦାରଖ ପାଇଁ ଯାଇଥିଲେ । ସେମାନଙ୍କ ମାର୍ଗଦର୍ଶନରେ ଆହତ ହାତୀ ହାତୀଟିକୁ ୦୬.୦୧.୨୦୨୫ ପୂର୍ବାହ୍ନରେ ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନକୁ ପରିବହନ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସା ଦଳ ତୁରନ୍ତ ସେଣ୍ଟର ଫର୍ ୱାଇଲ୍ଡ ହେଲ୍‌ଥ, ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରର ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲେ । ଚିକିତ୍ସା, ଅସ୍ତ୍ରୋପଚାର ଏବଂ ପାଥୋଲୋଜିରେ ବିଶେଷଜ୍ଞଙ୍କ ମିଳିତ ପାରଦର୍ଶିତାରେ ଏକ ବିସ୍ତୃତ ପରୀକ୍ଷା ଏବଂ ଚିକିତ୍ସା ଆରମ୍ଭ କରାଯାଇଥିଲା ହାତୀଟିର ପରବର୍ତ୍ତୀ ସ୍ୱାସ୍ଥ୍ୟ ଅବସ୍ଥାର ଅନୁଧ୍ୟାନ କରି ଦରକାର ପଡିଲେ ଏହାକୁ ଜଙ୍ଗଲରେ ଛାଡିବା ପାଇଁ ବ୍ୟବସ୍ତା କରାଯିବ ।

Leave A Reply

Your email address will not be published.