ପିଟି ଦେଲା ବୋଲର ଆର ପାରିରେ ୨

0 113

ବୌଦ୍ଧ ରେ ଏକ ବାହାଘର ଭୋଜିଖାଇ ଏକ ଲୁନାରେ ଘରକୁ ଫେରୁଥିଲେ ଅଜା ନାତି ଓ ଅଜାଙ୍କ ବନ୍ଧୁ। ବାଟରେ ଲୁନାକୁ ଧକ୍କା ଦେଲା ଏକ ବଲେରୋ। ଆଉ ଘଟଣା ସ୍ଥଳରୁ ଗୁରୁତର ଆହତ ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।ହେଲେ ସେତେବେଳକୁ ବହୁ ବିଳମ୍ବ ଇସାରିଥିଲା। ଡାକ୍ତର ପରୀକ୍ଷା କରି ୧୨ ବର୍ଷର ନାବାଳକ ନାତି ଓଁକାର ସେଠି ଏବଂ ୫୦ ବର୍ଷୀୟ ଅଜାଙ୍କ ସାଙ୍ଗ ବିଘ୍ନେଶ୍ବର ମାହାର ଙ୍କୁ ମୃତ ଘୋଷଣା କରିଥିଲେ।ଅନ୍ୟପଟେ ସଙ୍କଟାପନ୍ନ ଅବସ୍ଥାରେ ଅଜା ହିମାଂଶୁ ସେଠିଙ୍କୁ ବୁର୍ଲା ମେଡ଼ିକାଲ କୁ ରେଫର କରାଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ପ୍ରକାରେ ବୌଦ୍ଧ ଥାନା ବୀରନରସିଂପୁର ପଞ୍ଚାୟତ ଅନ୍ତର୍ଗତ ମସୁନ୍ଦରପୁର ଗ୍ରାମର ମୃତ ବିଘ୍ନେଶ୍ବର ମାହାର ଙ୍କ ସହିତ ତାଙ୍କର ସାଙ୍ଗ ହିମାଂଶୁ ସେଠି ଏକ ଲୁନାରେ ବସି ବୌଦ୍ଧ ଥାନା ଅନ୍ତର୍ଗତ ବାମଣ୍ଡା ପଞ୍ଚାୟତର କରୁଣାପାଲି ଗ୍ରାମକୁ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଇଥିଲେ। ଓ ସେହି ସମୟରେ ନାତି ଜିଦ୍ କରିବାରୁ ମାମୁଁ ଘରକୁ ଆସିବାକୁ ତାକୁ ସାଙ୍ଗ ରେ ନେଇ ଆସୁଥିବା ସମୟରେ ଖଜୁରୀପଡ଼ା ଛକ ନିକଟରେ ପଛରୁ ଆସୁଥିବା ଏକ ବୋଲେରୋ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ଯାହା ଫଳରେ ଘଟଣା ସ୍ଥଳରୁ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡ଼ିକାଲ୍ କୁ ଅଣା ଯାଇଥିଲା। ସେଠାରେ ଡାକ୍ତର ୧୨ ବର୍ଷୀୟ ନାତି ଓମକାର ସେଠୀ ଓ ୫୦ ବର୍ଷୀୟ ସଂପର୍କୀୟ ଅଜା ବିଘ୍ନେଶ୍ୱର ମାହାର ଙ୍କୁ ମୃତ ଘୋଷଣା କଲେ ଓ ଗୁରୁତର ଅବସ୍ଥାରେ ୬୦ ବର୍ଷୀୟ ହିମାଂଶୁ ସେଠୀଙ୍କୁ ବୁର୍ଲା ମେଡ଼ିକାଲ କୁ ସ୍ଥାନନ୍ତର କରାଯାଇଛି। ଘଟଣା ସ୍ଥଳରେ ବୌଦ୍ଧ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.