ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି । ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ବରିଷ୍ଟ ଅଭିନେତା ଉତ୍ତମ ମହାନ୍ତି । ଗତ ୩ ଦିନ ଧରି ଚିକିତ୍ସିତ ହେଉଛନ୍ତି ଉତ୍ତମ ମହାନ୍ତି । ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଅଛି ଅଧିକ ଚିକିତ୍ସା ପାଇଁ ଏୟାର ଅମୁଲାନ୍ସରେ ବାହାରକୁ ନିଆଯିବା କଥା କହିଛନ୍ତି ପୁଅ ବାବୁସାନ l ‘ବୋଉ ବୁଟୁ ଭୂତ’ ସିନେମାରେ ସ୍ତ୍ରୀ ଅପରାଜିତା ଓ ପୁଅ ବାବୁଶାନଙ୍କ ସହ ନଜର ଆସିବେ ଉତ୍ତମ ମହାନ୍ତି । ଉତ୍ତମ ମହାନ୍ତି ଏହି ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ। ସେଠାରେ ହିଁ ତାଙ୍କର ଦେହ ହଠାତ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ଗତକାଲି ପୁଣି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । 70ଦଶକରୁ ଦର୍ଶକଙ୍କ ଉପରେ ରାଜ୍ କରିଆସୁଛନ୍ତି ଉତ୍ତମ ମହାନ୍ତି । ତାଙ୍କ ଅନ୍ଦାଜ, ଷ୍ଟାଇଲ ଏବଂ ଅଭିନୟ ପାଇଁ ସେ ଆଜି ବି ଲୋକଙ୍କୁ ଦିୱାନା କରିଆସୁଛନ୍ତି । ଉତ୍ତମ ମହାନ୍ତି 1977 ମସିହାରେ ‘ଅଭିମାନ’ ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ ।