କୋରାପୁଟ, : କୋରାପୁଟ ପୋଲିସକୁ ବଡ଼ ସଫଳତା । ହଡ଼କୋର ମାଓବାଦୀ କୁଞ୍ଜମ ହିଡ଼ମାକୁ ଗିରଫ କରିବାରେ ସଫଳ ହୋଇଛି । ଗତ କିଛି ଦିନ ତଳେ ଛତିଶଗଡ ବିଜେପୁର ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଅନେକ ମାଓବାଦୀ ମୃତ୍ୟୁ ବରଣ କରିଥିଲେ । ଛତିଶଗଡ ରାଜ୍ୟକୁ କୋରାପୁଟ ଜିଲ୍ଲା ଲାଗି ରହିଥିବା ଯୋଗୁ କୋରାପୁଟ ପୋଲିସକୁ ଏ ନେଇ ଅଧିକ ସତର୍କ ରହିବା ପାଇଁ ପଡିଥିଲା । ଏ ନେଇ ଜୟପୁର ଏସଡିପିଓ ଆଇପିଏସ ଅଧିକାରୀ ପାର୍ଥ କଶ୍ୟପ ଓ ଏସିଡିଓଆସି ଦିବ୍ୟ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ଡିଭିଏଫ ବାହିନୀ ବୈପାରୀଗୁଡା ଥାନା ପେଟାଗୁଡା ଜଙ୍ଗଲରେ କୁମିଙ୍ଗ ଅପରେସନ କରୁଥିବା ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ ।ଯବାନମାନେ ଏହାର ପାଲଟା ଆକ୍ରମଣ ମଧ୍ୟ କରିଥିଲେ । ଜଣେ ମାଓବାଦୀ ଖସି ପଳାଇଥିବା ବେଳେ ଆଉ ଜଣେ ବୁଦା ମୂଳେ ଲୁଚିଥିବା ବେଳେ ଯବାନମାନେ ତାକୁ ଧରିଥିଲେ । ପୋଲିସ ହାତରେ ଧରା ପଡ଼ିଥିବା ମାଓବାଦୀ ହେଉଛି ଏରିଆ,କମିଟି ସଦସ୍ୟ କୁଞ୍ଜାମ ହିଡମା ଡାକ ନାମ ମୋହନ, ଗ୍ରାମ ଜାନାଗୁଡ଼ା, ପିଏସ୍ ଉସୁର, ଜିଲ୍ଲା ବିଜାପୁର, ଛତିଶଗଡ଼ ବୋଲି ଜଣା ପଡ଼ିଛି । ଜବତ ହୋଇଥିବା ସାମଗ୍ରୀ ହେଉଛି ଏକେ ୪୭ ବନ୍ଧୁକ, ଗୋଳାବାରୁଦ, ୩୫ ରାଉଣ୍ଡ ଗୁଳି ଏବଂ ୧ ପତ୍ରିକା, ୨୭ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୯୦ ଅଣ-ଇଲେକ୍ଟ୍ରିକ୍ଡେ ଟୋନେଟର, ପ୍ରାୟ ୨ କିଲୋ ବନ୍ଧୁକ ପାଉଡର, ୨ଟି ଷ୍ଟିଲ୍ ପାତ୍ର, ରେଡ଼ିଓ, ଇୟରଫୋନ୍, ମୋଟୋରୋଲା ୱାକି-ଟକି, ଛୁରୀ କଟୁରୀ, ଟର୍ଚ୍ଚ ଲାଇଟ କଳା ପଲିଥିନ ଜବତ କରିଛି । ହିଡମା ନା’ରେ ଚାରି ଲକ୍ଷ ଟଙ୍କାର ପୁରସ୍କାର ଥିଲା । ହିଡମା ନା’ରେ କୋରାପୁଟ ଜିଲ୍ଲାରେ ଚାରି ମାମଲା ଓ ମାଲକାନଗିରି ଜିଲ୍ଲାରେ ତିନଟି ମାମଲା ଅଛି । ସେଇପରି ଚାରଟି ବଡ଼ ମାମଲାରେ ହିଡମା ସଂଳିଷ୍ଟ ଥିଲା । ଏ ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ବିଳନୀ କରି କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି ।