ଇତିହାସ ରଚିଲା ଆରସିବି: ମୁମ୍ବାଇ ୧୨ ରନ୍ରେ ହାରିଲା

0 62

ମୁମ୍ବାଇ, : ଘଡ଼ି ଘଡ଼ିକେ ମୋଡ଼ ବଦଳାଉଥିବା ଉକ୍ରଣ୍ଠାପୂର୍ଣ୍ଣ ମୁକାବିଲାରେ ସୋମବାର ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନରେ ପରାସ୍ତ କରିଛି ରୟାଲ ·ଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ୨୨୨ ରନର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ଦୁଇ ଓପନର୍ ରୋହିତ ଶର୍ମା (୧୭) ଓ ରିୟାନ ରିକେଲଟନ (୧୭)ଙ୍କ ବିଫଳତା ସତ୍ତ୍ୱେ ତିଳକ ବର୍ମା (୫୬) ଓ ହାର୍ଦିକ ପାଣ୍ଡ୍ୟା (୪୨)ଙ୍କ ପରାକ୍ରମୀ ବ୍ୟାଟିଂ ପାଇଁ ବିଜୟ ଦ୍ୱାର ଦେଶରେ ପହଞ୍ଚି ଯାଇଥିଲା । ତେବେ ତିନିଟି ବଲ୍ ଭିତରେ ତିଳକ ଓ ପାଣ୍ଡ୍ୟାଙ୍କୁ ପ୍ୟାଭିଲିୟନ ଫେରାଇ ଆରସିବି ମ୍ୟାଚରେ ରୋମାଞ୍ଚ ଭରିଥିଲା । ପୁଣି
ଶେଷ ୬ ବଲ୍ରୁ ୧୯ ରନର ଦରକାର ଥିଲା ବେଳେ ସ୍ପିନର କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଦୁଇ ବଲ୍ରେ ଦୁଇଟି ୱିକେଟ୍ ସହ ମୋଟ ତିନିଟି ୱିକେଟ୍ ନେଇଥିଲେ । ଫଳରେ ମ୍ୟାଚ୍ ପୂରା ଆର୍ସିବି ଆଡ଼କୁ ଢଳିଥିଲା । ମୁମ୍ବାଇ ଏହି ଓଭରରୁ କେବଳ ୬ ରନ୍ ସଂଗ୍ରହ କରି ପଞ୍ଚମ ମୁକବିଲାରୁ ଚତୁର୍ଥ ପରାଜୟ ବରଣ କରିଥିଲା । ଅନ୍ୟପକ୍ଷରେ ଆର୍ସିବି ଚତୁର୍ଥ ମ୍ୟାଚ୍ରୁ ତୃତୀୟ ବିଜୟ ପାଇଥିଲାଫ ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ମୁକାବିଲାରେ ମୁମ୍ବାଇ ଟସ୍ ଜିତି
ବୋଲିଂ କରିଥିଲା । ଦ୍ୱିତୀୟ ବଲ୍ରେ ଫିଲ୍ ସଲ୍ଟଙ୍କୁ ବୋଲ୍ଡ କରି ଟ୍ରେଣ୍ଟ ବୋଲ୍ଟ ଦଳର ଆତ୍ମବଳ ବାଇଥିଲେ । ଏହା ପରେ କିନ୍ତୁ ପୂର୍ବତନ ଅଧିନାୟକ ବିରାଟ କୋହଲି (୬୭ ରନ୍, ୪୨ ବଲ୍)ଙ୍କ ମାର୍ଗଦର୍ଶନରେ ଆର୍ସିବି ବ୍ୟାଟର୍ ପାଳି ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ । ବୁମ୍ରାଙ୍କୁ ଛକାରେ ସ୍ୱାଗତ କରିଥିବା କୋହଲି ର୍ନିଭୀକ କ୍ରିକେଟ ବଳିଷ୍ଠ
ନମୁନା ଦେଖାଇଥିଲେ । ସେ ଓ ଦେବିଦତ୍ତ ପଡ଼ିକଲ୍ (୩୭ ରନ୍, ୨୨ ବଲ୍) ଦ୍ୱିତୀୟ ୱିକେଟ୍ରେ ମାତ୍ର ୫୨ ବଲ୍ରୁ ୯୫ ରନ୍ ଯୋଡ଼ି ମୁମ୍ବାଇକୁନୟାନ୍ତ କରିଥିଲେ । ଇମ୍ପାକ୍ଟ ପ୍ଲେୟର ବିଘ୍ନେଶ ପୁଥୁର ନବମ ଓଭରର ଶେଷ ବଲରେ ପଡ଼ିକଲଙ୍କୁ ଆଉଟ୍ କରି ଉଭୟଙ୍କୁ ଅଲଗା କରିଥିଲେ । ତେବେ ୨୯ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା କୋହଲି ନିଜ ବିସ୍ଫୋରକ ପାଳି ଭିତରେ ଏକ ବିରଳ କୀର୍ତ୍ତିମାନ କରି ନେଇଥିଲେ । ପ୍ରଥମ ଭାରତୀୟ ଭାବେ ଟ୍ୱେଣ୍ଟି-୨୦ କ୍ରିକେଟରେ
୧୩,୦୦୦ ରନ୍ ପୂରଣ କରିଥିଲେ ସେୟ କୋହଲି ଏହି କ୍ଷେତ୍ରରେ ୱେଷ୍ଟଇଣ୍ଡିଜର ପୂର୍ବତନ ଦୁର୍ଦ୍ଧର୍ଷ ଓପନର୍ କ୍ରିସ୍ ଗେଲ୍ଙ୍କ ପରେ ଦ୍ୱିତୀୟ ଦ୍ରୁତତମ ହୋଇଥିଲେ । ଏହି କ୍ରମରେ ଗେଲ୍ (୩୮୧ ପାଳି) ପ୍ରଥମ ସ୍ଥାନରେ ଥିଲା ବେଳେ କୋହଲି (୩୮୬ ପାଳି) ତାଙ୍କର ଠିକ୍ ପଛକୁ ରହିଛନ୍ତି । ଆଲେକ୍ସ ହେଲସ (୪୭୪ ପାଳି), ସୋଏବ ମଲ୍ଲିକ (୪୮୭
ପାଳି) ଓ କିରଣ ପୋଲାର୍ଡ (୫୯୪ ପାଳି) ତୃତୀୟରୁ ଷଷ୍ଠ ସ୍ଥାନରେ ଅଛନ୍ତି । କୋହଲିଙ୍କ ସ୍ମରଣୀୟ ପାଳିରେ ପ୍ରତିପକ୍ଷ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ପଞ୍ଚଦଶ ଓଭରର ପ୍ରଥମ ବଲ୍ରେ ପୂର୍ଣ୍ଣଛେଦ ଟାଣିଥିଲେ । ଗୋଟିଏ ବଲ୍ ପରେ ଲିୟାମ
ଲିଭିଂଷ୍ଟୋନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ । ତେବେ ଏହାର କେଣସି ପ୍ରଭାବ ଆରସିବି ଅଧିନାୟକ ରଜତ
ପଟିଦାର (୬୪ ରନ୍, ୩୨ ବଲ୍) ଏବଂ ଯୁବ ତାରକା ଜିତେଶ ଶର୍ମା ୪୦ଞ୍ଚ ରନ୍, ୧୯ ବଲ୍)ଙ୍କ ଉପରେ ପଡ଼ି ନଥିଲା । ପଡ଼ିଆର ·ରିପଟକୁ ସେ ଛକା, ଚେକା ବର୍ଷା କରି ଆରସିବି ସ୍କୋର୍କୁ ୨୨୧/୫ରେ ପହଞ୍ଚାଇ ଦେଇଥିଲେ । ପଟିଦାର
କେବଳ ୨୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଆର୍ସିବି ପାଳିର ଶେଷ ବଲରେ ବୁମ୍ରାଙ୍କ ଅପିଲରେ ଜିତେଶଙ୍କୁ ଅମ୍ପାୟାର ଏଲବିଡବ୍ଲ୍ୟୁ ଆଉଟ୍ ଦେଇଥିଲେ । ତେବେ ରିଭ୍ୟୁରେ ସଫଳ ହୋଇ ଜିତେଶ ଶେଷରେ ଅପରାଜିତ ରହିଥିଲେ । ସିଡ୍ନି ଟେଷ୍ଟରେ ଆହତ ହେବା ପରେ ମୁମ୍ବାଇର ପ୍ରଥମ ·ରି ମ୍ୟାଚ୍ ଖେଳି ପାରି ନଥିବା ବୁମ୍ରା ୪ ଓଭରରେ ୨୯ ରନ୍ ଖର୍ଚ୍ଚ କରି ୱିକେଟ୍ ଶୂନ୍ୟ ରହିଥିଲେ ।: ଘଡ଼ି ଘଡ଼ିକେ ମୋଡ଼ ବଦଳାଉଥିବା ଉକ୍ରଣ୍ଠାପୂର୍ଣ୍ଣ ମୁକାବିଲାରେ
ସୋମବାର ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନରେ ପରାସ୍ତ କରିଛି ରୟାଲ ·ଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) । ୨୨୨ ରନର ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ଦୁଇ ଓପନର୍ ରୋହିତ ଶର୍ମା (୧୭) ଓ ରିୟାନ
ରିକେଲଟନ (୧୭)ଙ୍କ ବିଫଳତା ସତ୍ତ୍ୱେ ତିଳକ ବର୍ମା (୫୬) ଓ ହାର୍ଦିକ ପାଣ୍ଡ୍ୟା (୪୨)ଙ୍କ ପରାକ୍ରମୀ ବ୍ୟାଟିଂ ପାଇଁ ବିଜୟ ଦ୍ୱାର ଦେଶରେ ପହଞ୍ଚି ଯାଇଥିଲା । ତେବେ ତିନିଟି ବଲ୍ ଭିତରେ ତିଳକ ଓ ପାଣ୍ଡ୍ୟାଙ୍କୁ ପ୍ୟାଭିଲିୟନ ଫେରାଇ ଆରସିବି
ମ୍ୟାଚରେ ରୋମାଞ୍ଚ ଭରିଥିଲା । ପୁଣି ଶେଷ ୬ ବଲ୍ରୁ ୧୯ ରନର ଦରକାର ଥିଲା ବେଳେ ସ୍ପିନର କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଦୁଇ ବଲ୍ରେ ଦୁଇଟି ୱିକେଟ୍ ସହ ମୋଟ ତିନିଟି ୱିକେଟ୍ ନେଇଥିଲେ । ଫଳରେ ମ୍ୟାଚ୍ ପୂରା ଆର୍ସିବି ଆଡ଼କୁ
ଢଳିଥିଲା । ମୁମ୍ବାଇ ଏହି ଓଭରରୁ କେବଳ ୬ ରନ୍ ସଂଗ୍ରହ କରି ପଞ୍ଚମ ମୁକବିଲାରୁ ଚତୁର୍ଥ ପରାଜୟ ବରଣ କରିଥିଲା । ଅନ୍ୟପକ୍ଷରେ ଆର୍ସିବି ଚତୁର୍ଥ ମ୍ୟାଚ୍ରୁ ତୃତୀୟ ବିଜୟ ପାଇଥିଲାଫ ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ମୁକାବିଲାରେ ମୁମ୍ବାଇ ଟସ୍ ଜିତି ବୋଲିଂ କରିଥିଲା । ଦ୍ୱିତୀୟ ବଲ୍ରେ ଫିଲ୍ ସଲ୍ଟଙ୍କୁ ବୋଲ୍ଡ କରି ଟ୍ରେଣ୍ଟ
ବୋଲ୍ଟ ଦଳର ଆତ୍ମବଳ ବାଇଥିଲେ । ଏହା ପରେ କିନ୍ତୁ ପୂର୍ବତନ ଅଧିନାୟକ ବିରାଟ କୋହଲି (୬୭ ରନ୍, ୪୨ ବଲ୍)ଙ୍କ ମାର୍ଗଦର୍ଶନରେ ଆର୍ସିବି ବ୍ୟାଟର୍ ପାଳି ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ । ବୁମ୍ରାଙ୍କୁ ଛକାରେ ସ୍ୱାଗତ କରିଥିବା କୋହଲି ର୍ନିଭୀକ କ୍ରିକେଟ ବଳିଷ୍ଠ ନମୁନା ଦେଖାଇଥିଲେ । ସେ ଓ ଦେବିଦତ୍ତ ପଡ଼ିକଲ୍ (୩୭ ରନ୍, ୨୨
ବଲ୍) ଦ୍ୱିତୀୟ ୱିକେଟ୍ରେ ମାତ୍ର ୫୨ ବଲ୍ରୁ ୯୫ ରନ୍ ଯୋଡ଼ି ମୁମ୍ବାଇକୁ ନୟାନ୍ତ କରିଥିଲେ । ଇମ୍ପାକ୍ଟ ପ୍ଲେୟର ବିଘ୍ନେଶ ପୁଥୁର ନବମ ଓଭରର ଶେଷ ବଲରେ ପଡ଼ିକଲଙ୍କୁ ଆଉଟ୍ କରି ଉଭୟଙ୍କୁ ଅଲଗା କରିଥିଲେ । ତେବେ ୨୯ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା କୋହଲି ନିଜ ବିସ୍ଫୋରକ ପାଳି ଭିତରେ ଏକ ବିରଳ କୀର୍ତ୍ତିମାନ କରି ନେଇଥିଲେ । ପ୍ରଥମ ଭାରତୀୟ ଭାବେ ଟ୍ୱେଣ୍ଟି-୨୦ କ୍ରିକେଟରେ ୧୩,୦୦୦ ରନ୍ ପୂରଣ କରିଥିଲେ ସେୟ କୋହଲି ଏହି କ୍ଷେତ୍ରରେ ୱେଷ୍ଟଇଣ୍ଡିଜର ପୂର୍ବତନ ଦୁର୍ଦ୍ଧର୍ଷ ଓପନର୍ କ୍ରିସ୍ ଗେଲ୍ଙ୍କ ପରେ ଦ୍ୱିତୀୟ ଦ୍ରୁତତମ ହୋଇଥିଲେ । ଏହି କ୍ରମରେ ଗେଲ୍ (୩୮୧ ପାଳି) ପ୍ରଥମ ସ୍ଥାନରେ ଥିଲା ବେଳେ କୋହଲି (୩୮୬ ପାଳି) ତାଙ୍କର ଠିକ୍ ପଛକୁ ରହିଛନ୍ତି । ଆଲେକ୍ସ ହେଲସ (୪୭୪ ପାଳି), ସୋଏବ ମଲ୍ଲିକ (୪୮୭ ପାଳି) ଓ କିରଣ ପୋଲାର୍ଡ (୫୯୪ ପାଳି) ତୃତୀୟରୁ ଷଷ୍ଠ ସ୍ଥାନରେ
ଅଛନ୍ତି । କୋହଲିଙ୍କ ସ୍ମରଣୀୟ ପାଳିରେ ପ୍ରତିପକ୍ଷ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ପଞ୍ଚଦଶ ଓଭରର ପ୍ରଥମ ବଲ୍ରେ ପୂର୍ଣ୍ଣଛେଦ ଟାଣିଥିଲେ । ଗୋଟିଏ ବଲ୍ ପରେ ଲିୟାମ ଲିଭିଂଷ୍ଟୋନଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ । ତେବେ ଏହାର କେଣସି ପ୍ରଭାବ ଆରସିବି ଅଧିନାୟକ ରଜତ ପଟିଦାର (୬୪ ରନ୍, ୩୨ ବଲ୍) ଏବଂ ଯୁବ ତାରକା ଜିତେଶ ଶର୍ମା (୪୦ଞ୍ଚ ରନ୍, ୧୯ ବଲ୍)ଙ୍କ ଉପରେ ପଡ଼ି ନଥିଲା । ପଡ଼ିଆର ·ରିପଟକୁ ସେ ଛକା, ଚେକା ବର୍ଷା କରି ଆରସିବି ସ୍କୋର୍କୁ ୨୨୧/୫ରେ ପହଞ୍ଚାଇ ଦେଇଥିଲେ । ପଟିଦାର କେବଳ ୨୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଆର୍ସିବି ପାଳିର ଶେଷ ବଲରେ ବୁମ୍ରାଙ୍କ ଅପିଲରେ ଜିତେଶଙ୍କୁ ଅମ୍ପାୟାର ଏଲବିଡବ୍ଲ୍ୟୁ ଆଉଟ୍ ଦେଇଥିଲେ । ତେବେ ରିଭ୍ୟୁରେ ସଫଳ ହୋଇ ଜିତେଶ ଶେଷରେ ଅପରାଜିତ ରହିଥିଲେ । ସିଡ୍ନି ଟେଷ୍ଟରେ ଆହତ ହେବା ପରେ ମୁମ୍ବାଇର ପ୍ରଥମ ·ରି ମ୍ୟାଚ୍ ଖେଳି ପାରି ନଥିବା ବୁମ୍ରା ୪ ଓଭରରେ ୨୯ ରନ୍ ଖର୍ଚ୍ଚ କରି ୱିକେଟ୍ ଶୂନ୍ୟ ରହିଥିଲେ ।

Leave A Reply

Your email address will not be published.