ଏ+ ଗ୍ରେଡ୍ ହରାଇ ପାରନ୍ତି କୋହଲି, ରୋହିତ, ଜାଡ଼େଜା

0 122

ମୁମ୍ବାଇ, ୨୮ା୩: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚଳିତ ବର୍ଷ ଲାଗି ପୁରୁଷ ଦଳର କେନ୍ଦ୍ରୀୟ ଚୁକ୍ତି
ଘୋଷଣା କରିନି । ନିକଟରେ ମହିଳା ଦଳର ଘୋଷଣା କରିଥିବାରୁ ପୁରୁଷ ଦଳର ମଧ୍ୟ ଶୀଘ୍ର ହେବାର ସମ୍ଭାବନା
ରହିଛି । ମାର୍ଚ୍ଚ ୨୯ ତାରିଖରେ ଗୁଆହାଟୀରେ ହେବାକୁ ଥିବା ବିସିସିଆଇ ବୈଠକରେ କେନ୍ଦ୍ରୀୟ ଚୁକ୍ତି ସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଉପରେ ଆଲୋଚନା ହେବାର ରହିଛି । ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ବରିଷ୍ଠ ଖେଳାଳି ଏ+ ଗ୍ରେଡ୍ ହରାଇବାର ସମ୍ଭାବନା ରହିଛି ବୋଲି ଏକ ରିପୋର୍ଟରୁ ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ ଯେଉଁ ଖେଳାଳି ୩ଟି ଯାକ ଫର୍ମାଟରେ ଭଲ କରୁଥିବେ ସେମାନେ ଏ+ରେ ରହିବେ । ତେଣୁ ଏହି ୩ ଜଣ ଟ୍ୱେଣ୍ଟି-୨୦ରୁ ଅବସର ନେଇସାରିଥିବାରୁ ଏଭଳି ଆଶା ଦେଖାଯାଇଛି । ଯଶପ୍ରୀତ ବୁମ୍ରା ଏ+ ଗ୍ରେଡରେ ରହିବା ପ୍ରାୟ ନିଶ୍ଚିତ ରହିଥିଲା ବେଳେ ଶ୍ରେୟସ ଆୟରଙ୍କ ପଦୋନ୍ନତି ହେବାର ଆଶା ଅଛି । ତେବେ ଶୃଙ୍ଖଳାଗତ କାରଣ ପାଇଁ
ଗତବର୍ଷ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିଥିବା ଶ୍ରେୟସ୍ ଆୟର ଏଥର ଏହାକୁ ଫେରିବାର ଶତପ୍ରତିଶତ ସମ୍ଭାବନା ରହିଛି । ସମାନ କାରଣ ପାଇଁ ଚୁକ୍ତିରୁ ବାଦ୍ ପଡ଼ିଥିବା ଈଶାନ କିଶନଙ୍କୁ ନେଇ କିନ୍ତୁ ସଂଶୟ ଜାରି ରହିଛି ।

Leave A Reply

Your email address will not be published.