ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନ

0 68

ମୁମ୍ବାଇ,: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି । ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ ଖରାପ । ଦଳଟି ପଏଣ୍ଟ ଟେବୁଲର ସବୁଠାରୁ ତଳେ ଅଛି । ଏପର୍ଯ୍ୟନ୍ତ ୮ଟି ମ୍ୟାଚ ମଧ୍ୟରୁ ଚେନ୍ନାଇ ସୁପର କିଙ୍ଗ୍ସ କେବଳ ଦୁଇଟି ମ୍ୟାଚ ଜିତିପାରିଛି । ମୁମ୍ବାଇ ବିପକ୍ଷ ପରାଜୟ ପରେ, ଚେନ୍ନାଇ ଅଧିନାୟକ ଏମଏସ ଧୋନି ଏକ ବଡ଼ ବୟାନ ଦେଇଛନ୍ତି । ଏମ୍‌ଆଇ ଠାରୁ ପରାଜୟ ପରେ, ଧୋନି ସ୍ୱୀକାର କରିଛନ୍ତି ତାଙ୍କ ଖେଳାଳିମାନେ ସେମାନଙ୍କର ରଣନୀତି କାର୍ଯ୍ୟକାରୀ କରିପାରି ନ ଥିଲେ । ସେ ଏହା ମଧ୍ୟ କହିଛନ୍ତି, ଆମକୁ ବାକି ଥିବା ସମସ୍ତ ମ୍ୟାଚ ଜିତିବାକୁ ପଡିବ | ଆମେ ଗୋଟିଏ ସମୟରେ କେବଳ ଗୋଟିଏ ମ୍ୟାଚ ଉପରେ ଧ୍ୟାନ ଦେଉଛୁ । ଯଦି ଆମେ ଭବିଷ୍ୟତରେ କିଛି ମ୍ୟାଚ ହାରିଯାଉ, ତେବେ ଆଗାମୀ ବର୍ଷ ପାଇଁ ସଠିକ ସଂଯୋଜନ ପ୍ରସ୍ତୁତ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ଆଗାମୀ ବର୍ଷ ପାଇଁ ଏକ କୋର ଗ୍ରୁପ ପ୍ରସ୍ତୁତ କରୁଛୁ । ସେ ଆହୁରି କହିଛନ୍ତି, ଆମେ ଅଧିକ ଖେଳାଳି ପରିବର୍ତ୍ତନ କରିବା ପକ୍ଷରେ ନାହୁଁ । ଆମ ପାଇଁ ବର୍ତ୍ତମାନ ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଯଦି ତାହା ନ ହୁଏ, ତେବେ ଆମର ଧ୍ୟାନ ଆସନ୍ତା ବର୍ଷ ପାଇଁ ୧୧ ଜଣ ଖେଳାଳିଙ୍କୁ ପ୍ରସ୍ତୁତ କରିବା ଏବଂ ତା\’ପରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବା ଉପରେ ରହିବ । ଚେନ୍ନାଇର ନିୟମିତ ଅଧିନାୟକ ଋତୁରାଜ ଗାୟକ୍ୱାଡଙ୍କ ଆଘାତ ପରେ, ଏମଏସ ଧୋନିଙ୍କୁ ଦଳର କମାଣ୍ଡ ଦିଆଯାଇଥିଲା । ଏହା
ପରେ ମଧ୍ୟ ଦଳର ଅବସ୍ଥାରେ କୌଣସି ଉନ୍ନତି ହୋଇନାହିଁ । ରବିବାର ଏମ୍‌ଆଇ ଚେନ୍ନାଇକୁ ୯ ଉଇକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ଚେନ୍ନାଇର ଦଳ ପ୍ରଥମେ ଖେଳିବା ପରେ ମାତ୍ର ୧୭୬ ରନ କରିପାରିଥିଲା, ଦଳ ଶେଷ ଓଭର ଗୁଡ଼ିକରେ ଶୀଘ୍ର ରନ କରିବାରେ ବିଫଳ ହୋଇଥିଲା । ଗୋଟିଏ ସମୟରେ ଚେନ୍ନାଇର ସ୍କୋର ୧୬ ଓଭରରେ ୩ ଉଇକେଟ ହରାଇ ୧୪୨ ରନ ଥିଲା । ତା\’ପରେ ଶେଷ ୪ ଓଭରରେ ମାତ୍ର ୩୪ ରନ ହୋଇଥିଲା । ଜବାବରେ, ମୁମ୍ବାଇ ମାତ୍ର ୧୫.୪ ଓଭରରେ ମ୍ୟାଚ ଜିତି ନେଇଥିଲା ।

Leave A Reply

Your email address will not be published.