ଦୁଷ୍କର୍ମ ମାମଲାରେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଗିରଫ

0 69

ଫନୂଆଦିଲ୍ଲୀ, : ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଶିବାଲିକ୍ ଶର୍ମାଙ୍କୁ ରାଜସ୍ଥାନର ଯୋଧପୁରର କୁଡି ଭଗତାସନି
ହାଉସିଂ ବୋର୍ଡ ପୋଲିସ ଗିରଫ କରିଛି । ଏହି ପୂର୍ବତନ ଆଇପିଏଲ କ୍ରିକେଟରଙ୍କ ଉପରେ ତାଙ୍କର ଜଣେ
ବନ୍ଧୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଥିବା ଯୁବତୀଜଣଙ୍କ ସହ କ୍ରିକେଟରଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି । କ୍ରିକେଟର ଶିବାଲିକ୍ ଶର୍ମା ଏବଂ ଅଭିଯୋଗ ଆଣିଥିବା ଯୁବତୀଙ୍କ ମଧ୍ୟରେ ବନ୍ଧୁତା
ଇନଷ୍ଟାଗ୍ରାମ ମାଧ୍ୟମରେ ଘଟିଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏହି ସମୟ ମଧ୍ୟରେ, ଶିବାଲିକ୍ ତାଙ୍କୁ ଭେଟିବା ପାଇଁ ଅନେକ ଥର ଯୋଧପୁର ମଧ୍ୟ ଯାଇଥିଲେ । କ୍ରିକେଟର ଜଣକ ତାଙ୍କୁ
ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଦୁହେଁ ନିର୍ବନ୍ଧ ମଧ୍ୟ କରିଥିଲେ । ଯୁବତୀଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଶିବାଲିକ୍ ତାଙ୍କୁ ବିବାହ କରିବାକୁ କହି ବାରମ୍ବାର ପ୍ରତାରଣା କରୁଥିଲେ ଏବଂ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ
ରଖିଥିଲେ । ପୀଡିତା କହିଥିଲେ ଯେ, ପ୍ରାୟ ଗୋଟିଏ ବର୍ଷ ଏକାଠି ରହିବା ପରେ, ଶିବାଲିକଙ୍କ ପରିବାର ତାଙ୍କୁ
ବିବାହ କରିବାକୁ ମନା କରିଦେଇଥିଲେ । ଯାହା ପରେ ସେ କୁଡି ଥାନାରେ ଶିବାଲିକ୍ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିଲା । ଏହି ଗମ୍ଭୀର ଅଭିଯୋଗ ପରେ, ଶନିବାର ଭଡୋଦରାର ଅଟଲାଦରା ଥାନା
ଅଞ୍ଚଳରୁ ଶିବାଲିକଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଯୋଧପୁର କୋର୍ଟରେ ହାଜର କରାଯାଇଥିଲା, ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । ତେବେ ଗତ ବର୍ଷ (୨୦୨୪) ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଶିବଲିକ୍ ଶର୍ମାଙ୍କୁ ସାମିଲ କରାଯାଇଥିଲା । ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣାଯାଇଥିଲା, ଯଦିଓ ସେ ଗୋଟିଏ ବି ମ୍ୟାଚ୍ ଖେଳିପାରି ନଥିଲେ । ଏହି ବର୍ଷ (ଆଇପିଏଲ ୨୦୨୫) ସେ କୌଣସି ଦଳର ଅଂଶ ନୁହଁନ୍ତି । ଘରୋଇ ଟୁର୍ଣ୍ଣାମେଣ୍ଟରେ ବରୋଦା କ୍ରିକେଟ ଦଳ ପାଇଁ ଖେଳିଥିବା ଶିବାଲିକ୍ ୧୮ଟି ପ୍ରଥମ ଶ୍ରେଣୀ
ମ୍ୟାଚ୍ ଖେଳି ୧୦୮୭ ରନ୍ କରିଥିଲେ । ଏଠାରେ ସେ ୩ ଶତକ ଏବଂ ୫ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ସେ ଲିଷ୍ଟ ଏ’ରେ ଖେଳାଯାଇଥିବା ୧୩ଟି ମ୍ୟାଚରେ ୩୨୨ ରନ୍ କରିଥିଲେ । ସେ ୧୯ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଥିଲେ,
ଯେଉଁଥିରେ ସେ ୩୪୯ ରନ୍ କରିଥିଲେ । ସେ ଚଳିତ ବର୍ଷ ଜାନୁଆରୀରେ ରଣଜୀ ଟ୍ରଫିରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ । ଜମ୍ମୁ ଏବଂ କାଶ୍ମୀର ବିପକ୍ଷ ଏହି ମ୍ୟାଚରେ ସେ ୬୪ ଏବଂ ୧୮ ରନ୍ କରିଥିଲେ ।

Leave A Reply

Your email address will not be published.