ପୁଣି ଥରେ ଅଧିନାୟକ ହେବା ପରେ ଧୋନିଙ୍କ ପ୍ରଥମ ପ୍ରତିକ୍ରିୟା

0 54

ଚେନ୍ନାଇ, : ପାଞ୍ଚଟି ମ୍ୟାଚରୁ ମାତ୍ର ଗୋଟିକରେ ବିଜୟୀ ହୋଇ ନବମ ସ୍ଥାନରେ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ଗୁରୁବାର ଆଉ ଏକ ଶକ୍ତ ଝଟ୍କା ଲାଗିଥିଲା । କହୁଣୀ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିବା ପରେ ନିୟମିତ ଅଧିନାୟକ ଋତୁରାଜ ଗାଏକ୍ୱାଡ୍ ଚଳିତ ଆଇପିଏଲର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ବାଦ୍ ପଡ଼ିଥିଲେ । ଫଳରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣି ଥରେ ଅଧିନାୟକ ପଦକୁ ଫେରିବାକୁ ପଡ଼ିଥିଲା । ଋତୁରାଜଙ୍କ ଅଧିନାୟକତ୍ୱରେ ଦଳ ୫ଟି ମ୍ୟାଚରୁ ୪ଟି ହାରିଥିଲା । ଏଭଳି ସ୍ଥିତିରେ ଧୋନିଙ୍କ ଅଧିନାୟକତ୍ୱ ଦଳର ସ୍ଥିତି ସୁଧାରିବ ବୋଲି କୁହାଯାଉଛି । ତେବେ ଅଧିନାୟକତ୍ୱ ଫେରିପାଇବା ପରେ ଧୋନିଙ୍କ ପ୍ରତିକ୍ରିୟା କିଭଳି ଥିଲା, ତାହା ଜଣାଇଛନ୍ତି ସିଏସକେ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ । ସେ କହିଛନ୍ତି ଯେ, ଅଧିନାୟକତ୍ୱର ଅଫର ମିଳିବା ପରେ ସେ ଆମକୁ ସାହାଯ୍ୟ କରିବାକୁ ରାଜି ହୋଇଥିଲେ । ତାଙ୍କର କୌଣସି ଦ୍ୱିଧା ନଥିଲା । ଆଇପିଏଲ ଶେଷ ହେବା ପରେ ଆମେ ଅଧିନାୟକ ବଦଳ ବିଷୟରେ ବିଚାର କରିବୁ । ଦଳରେ କିଛି ଭଲ ଖେଳାଳି ଅଛନ୍ତି ଯେଉଁମାନେ କିଛି ସମୟ ଧରି ଆମ ସହିତ ଅଛନ୍ତି । ତେଣୁ ଆମେ ପ୍ରଥମେ ଦଳ ଭିତରୁ ଦେଖିବୁ । କିନ୍ତୁ ହଁ, ଆଗାମୀ ବର୍ଷଗୁଡ଼ିକରେ ଆମେ ଦଳକୁ କିପରି ଉନ୍ନତ କରିପାରିବୁ ତାହା ଦେଖିବାର ସୁଯୋଗ ଆମକୁ ଏବେ ମିଳିଛି । ଚଳିତ ଆଇପିଏଲ ଶେଷ ହେବା ପର୍ଯ୍ୟନ୍ତ ଧୋନି ହିଁ ସିଏସକେର ଅଧିନାୟକ ରହିବେ ।

Leave A Reply

Your email address will not be published.