ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ବଲିଉଡ ନାୟିକା ସାରା ଅଲୀ ଖାନ

Chief Minister and Bollywood actress Sara Ali Khan will attend

0 83

ରାଉରକେଲା, : ଶନିବାର ହକି ଇଣ୍ଡିଆ ଲିଗର ଫାଇନାଲ ମ୍ୟାଚ୍ ଓ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ । ଉକ୍ତଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷିତ ହେବ । ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ ନାୟିକା ସାରା ଅଲୀ ଖାନ ଯୋଗଦେବେ । ସାରା ନିଜର ବିଭିନ୍ନ ହିଟ୍ ଗୀତର ତାଳେତାଳେ ନୃତ୍ୟ ପରିବେଷଣ କରିବେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଫାଇନାଲ ମ୍ୟାଚ୍ ପୂର୍ବରୁ ଅନୁଷ୍ଠିତ ହେବ । ଏଥିପାଇଁ ତୃତୀୟ ସ୍ଥାନ ପାଇଁ ଖେଳାଯିବାକୁ ମ୍ୟାଚ୍ ସନ୍ଧ୍ୟା ୬.୧୫ ମିନିଟ୍ ପରିବର୍ତ୍ତେ ଅଧ ଘଣ୍ଟା ଆଗରୁ, ଅର୍ଥାତ ୫.୪୫ ମିନିଟରେ ଆରମ୍ଭ ହେବ । ଏହାସହ ଉକ୍ତ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ
ପଲ୍ଲୀଶ୍ରୀ ମେଳାଙ୍କୁ ଉଦ୍ଘାଟନ କଲାପରେ ଫାଇନାଲ ମ୍ୟାଚରେ ଯୋଗଦେବେ । ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ ନାୟିକା ସାରା ଅଲୀ ଖାନ ଯୋଗଦେବେ । ସାରା ନିଜର ବିଭିନ୍ନ ହିଟ୍ ଗୀତର ତାଳେତାଳେ ନୃତ୍ୟ ପରିବେଷଣ କରିବେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଫାଇନାଲ ମ୍ୟାଚ୍ ପୂର୍ବରୁ ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ, ଗତ ୨୮ ତାରିଖରେ ହକି ଇଣ୍ଡିଆ ଲିଗର ଉଦ୍ଘାଟନୀ ଉତ୍ସବରେ ସାରା ଅଲୀ ଖାନ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଧନ ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିଲା

Leave A Reply

Your email address will not be published.