ଓଡ଼ିଶାରେ ଏଚସିଏଲ ଟେକ୍ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବ

0 92

ନୂଆଦିଲ୍ଲୀ/ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଏଚସିଏଲ ଟେକ୍‌ ଖୁବ୍‌ଶୀଘ୍ର ରାଜ୍ୟରେ ଏକ କ୍ୟାମ୍ପସ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ । ଦିଲ୍ଲୀ ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ ପରେ ସୋମବାର ସେ ଏହି ଘୋଷଣା କରିଛନ୍ତି । ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ, ମୁଖ୍ୟମନ୍ତ୍ରୀ ମାଝୀ ଏଚସିଏଲ ଟେକ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ । ଯେଉଁଠାରେ ସେ କମ୍ପାନୀ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଏଚସିଏଲ ଟେକ୍ କ୍ୟାମ୍ପସର ଗସ୍ତ କରିଥିଲୁ ଏବଂ ସେମାନଙ୍କ ଦଳ ସହିତ ଫଳପ୍ରଦ ଆଲୋଚନା କରିଥିଲୁ । ପରିଦର୍ଶନ ପରେ, ଆମେ ଏଚସିଏଲ ଟେକ୍ ଅଧିକାରୀମାନଙ୍କୁ ଓଡ଼ିଶା, ବିଶେଷକରି ଭୁବନେଶ୍ୱର ଏବଂ ପୁରୀର ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିଥିଲୁ । ଆମେ ସେମାନଙ୍କୁ ଏଠାରେ ଏକ କ୍ୟାମ୍ପସ ଏବଂ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ପ୍ରସ୍ତାବ ଦେଇଥିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଏଚସିଏଲ ଟିମ୍ ଏହି ପ୍ରସ୍ତାବରେ ପ୍ରଭାବିତହୋଇଛି ଏବଂ ଓଡ଼ିଶାରେ ଉପସ୍ଥିତି ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛି । ସେମାନେ ଏକ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ଏବଂ ଆମେ ଆଶାବାଦୀ ଯେ, କ୍ୟାମ୍ପସ ଖୁବ୍ ଶୀଘ୍ର ପ୍ରତିଷ୍ଠିତ ହେବ । ଏଚସିଏଲ ଟେକ୍ ପହଞ୍ଚିବା ପରେ, ଆମେ ରାଜ୍ୟରେ ସେମାନଙ୍କର ନିବେଶ ସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରିବୁ । ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ଚୁକ୍ତିନାମା ଓଡ଼ିଶାର ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷାର କେନ୍ଦ୍ର ଭାବରେ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏଚସିଏଲ ଟେକର ଆଗାମୀ ପ୍ରତିଷ୍ଠାନ ସ୍ଥାନୀୟ ପ୍ରତିଭା ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ଏବଂ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ ଦେବ ବୋଲି ଆଶା କରାଯାଉଛି

Leave A Reply

Your email address will not be published.