କଲେଜର ମୁଖ୍ଯ ଫାଟକ ଆଗରେ ଧାରଣା କଥା ନ ମାନିଲେ ତାଙ୍କୁ ଫେଲ୍ କରାଇବା ଏବଂ ଅଧ୍ୟକ୍ଷ ଙ୍କୁ ଦାବି ଜଣାଇଲେ ଛାତ୍ରଛାତ୍ରୀ

0 67
ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଅଙ୍କୁଶପୁର କୁକୁଡ଼ାଖଣ୍ଡି ଅନ୍ତର୍ଗତ K.A.T.S Ayurvedic ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ରେ ବ୍ୟାପକ ଅନିୟମିତତା ଓ ଛାତ୍ର ଛାତ୍ରୀ ଙ୍କୁ ମାନସିକ ନିର୍ଯ୍ୟାତନା ଯୋଗୁଁ କଲେଜ ଅଧ୍ୟକ୍ଷ ଏବଂ ଦୁଇଜଣ ଅଧ୍ୟାପକ ଅଧ୍ୟାପିକା ବିରୁଦ୍ଧ ରେ ଛାତ୍ରଛାତ୍ରୀ ଙ୍କୁ ନେଇ ଆନ୍ଦୋଳନ କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଛାତ୍ର ଛାତ୍ରୀ ମାନେ କଲେଜର ମୁଖ୍ଯ ଫାଟକ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଭଲକରି ଦେଖନ୍ତୁ ଏହି ଦୃଶ୍ଯ କୁ ଧୁଧୁ ଖରାରେ ଧାରଣାରେ ବସିଛନ୍ତି। ଆଉ ଏହି ଧାରଣା ଆଜି ଦୁତିୟ ଦିନରେ ପହଞ୍ଚିଛି। ଛାତ୍ରଛାତ୍ରୀ ଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ଦିନ ହେଲା କଲେଜ କର୍ତ୍ତୁପକ୍ଷଙ୍କ ପରୀକ୍ଷା କରାଇବାରେ ଅନିୟମିତତା ଏବଂ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ର ରେଜଲ୍ଟ ବାହାର କରା ନ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଭୟଭୀତ କରାଇବା ପେଲ କରାଇଦେବା କହି ଧମକ ଦେବା ଏବଂ ଛାତ୍ରଛାତ୍ରୀ ମାନଙ୍କ ଠାରୁ ବେଆଇନ ଜୋରିମାନା  ଆଦାୟ କରିବାର ଅଭିଯୋଗ କରିଛନ୍ତି ଆନ୍ଦୋଳନ ରେ ବସିଥିବା ଛାତ୍ରଛାତ୍ରୀ ମାନେ। ପୂର୍ବରୁ ଛାତ୍ରଛାତ୍ରୀ ମାନେ କଲେଜର ଅନିୟମିତତା କୁ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅଭିଯୋଗ କରା ଯାଇଥିଲା, ଏଥିରେ ଅତୀଷ୍ଟ ହୋଇ କଲେଜ ଅଧ୍ୟକ୍ଷ ୫୪ ଜଣ ପିଲାଙ୍କୁ ଫେଲ୍ କରାଇବାର କହି ଧମକ ଦେଇ ୨୩ ଜଣ ପିଲାଙ୍କୁ ୧ ରୁ ୪ ମାର୍କ ନେଇ ଫ୍ୟଲ୍ କରାଇଥିଲେ। ଏହାକୁ ନେଇ ପର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା। ଏହା କୁ ଭିତ୍ତୀ କରି ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ଗଣମାଧ୍ୟମରେ ଖବର ପ୍ରସାର ହେବା ଦ୍ଵାରା ପେପର୍ ଆଉଟ୍ କଲେ କଣ ତମେ ମାନେ ପାସ୍ ହେଇଯିବ କହି ପିଲାମାନଙ୍କୁ କଟାକ୍ଷ କରି ମାନସିକ ସ୍ତର ରେ ଦବାଇବାକୁ ଚେଷ୍ଟା କରି ଥିଲେ। ଇଚ୍ଛା ମୁତାବକ ପରୀକ୍ଷା କରାଇବା , ଛାତ୍ରଛାତ୍ରୀ ମାନେ ଉକ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ବ୍ୟକ୍ତିଗତ କାମରେ ଲଗାଇବା, କଥା ନମାନିଲେ ତାଙ୍କୁ ଫେଲ୍ କରାଇବା ଏବଂ ଅଧ୍ୟକ୍ଷ ଙ୍କୁ ଦାବି ଜଣାଇଲେ ଛାତ୍ରଛାତ୍ରୀ ଙ୍କୁ ଗେଟ୍ ଆଉଟ୍ କହି ଅସତ୍ ଆଚରଣ କରିବା ଛାତ୍ରଛାତ୍ରୀମାନେ ଅସନ୍ତୋଷ ହୋଇ କଲେଜ ଅଧ୍ୟକ୍ଷ ପ୍ରଫେସର୍ ବିପିନ ବିହାରୀ ଖୁଣ୍ଟିଆ , ଅଧ୍ୟାପିକା ଡ଼ା. ସ୍ବପ୍ନା ସ୍ଵୟମ୍ ପ୍ରୟା , ଅଧ୍ୟାପକ ଡ଼ା. ସୁବ୍ରତ୍ କୁମାର୍ ଓଝାଙ୍କ ନିର୍ଯ୍ୟାତନାର ଶିକାର ହୋଇ ଛାତ୍ରଛାତ୍ରୀ ଅଧ୍ୟକ୍ଷ ଓ ଏହି ଦୁଇଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ବଦଳି କରାଇବା ଦାବିକୁ ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦେଇଛନ୍ତି।  ଖାଲି ସେତିକି ନୁହଁ କଲେଜର ଦୁର୍ନିତି ଓ ମନମାନୀର କଥା ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ, ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଚିଠି ଦେଇ ଅବଗତ କରାଯାଇଥିଲେ ସୁଦ୍ଧା ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ଏପରିକି ମହାବିଦ୍ୟାଳୟର ତରଫରୁ  କୌଣସି ସମାଧାନ ବାହର କରିପାରି ନାହିଁ। ଛାତ୍ର ଛାତ୍ରୀ ମାନେ ନଖାଇ ନପିଇ ଖରାରେ ଧାରଣା ଦେଇଥିବା ବେଳେ ପିଲାଙ୍କ ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ। ଉକ୍ତ ଧାରଣା ରେ ଏବିଭିପି , ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ର ଛାତ୍ରୀଙ୍କ ସମସ୍ୟା ବିସୟରେ ଆଲୋଚନା କାରିବା ସହିତ ସରକାର ଏବଂ ପ୍ରଶାସନକୁ ସଠିକ କାର୍ଯ୍ୟନୁଷ୍ଠାନ ଦାବି କରିବା ସହିତ ଉକ୍ତ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଏବିଭିପି ଆନ୍ଦୋଳନ ରତ ଛାତ୍ର ଛାତ୍ରୀଙ୍କ ମାନଙ୍କ ସହିତ ରହିବ ବୋଳି ଏବିଭିପି କହିଛି। ସେପଟେ ନିଜ ସଫେଇ ରଖଛନ୍ତି କଲେଜ ଅଧ୍ୟକ୍ଷ।
Leave A Reply

Your email address will not be published.