କିଛି ଲୋକ ବିଏମ୍‌ଡବ୍ଲୁରେ ଷ୍ଟ୍ରଗଲ୍ କରନ୍ତି: ଶାହିଦ

Some people struggle with BMW: Shahid

0 79

ମୁମ୍ବାଇ ,: ଶାହିଦ କପୁର ଆଜି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା । ଶାହିଦଙ୍କ ପିତା ପଙ୍କଜ କପୁର ମଧ୍ୟ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତାମାନଙ୍କ ମଧ୍ୟରେଜଣେ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ତଥାପି
ଶାହିଦଙ୍କୁ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାକୁ ଅନେକ ସଂଘର୍ଷ କରିବାକୁ ପଡିଛି । ଅନେକ ଅଡିସନ୍ ଦେବାକୁ ପଡିଛି । ତାଙ୍କୁ ସହଜରେ ନେମ୍ ଫେମ୍ ମିଳିନାହିଁ । ଶାହିଦଙ୍କୁ ଯେତେବେଳେ ୩ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ବାପାମା\’ ଅଲଗା ହୋଇଯାଇଥିଲେ । ଶାହିଦଙ୍କୁ ତାଙ୍କ ମା\’ ନୀଲିମା ଅଜିମ ଲାଳନପାଳନ କରିଥିଲେ ପିଲାଦିନରେ ଅଭିନେତା ଅନେକ କଷ୍ଟ ସହିଛନ୍ତି । ଏବେ ଅନେକ ବର୍ଷ ପରେ ଅଭିନେତା ତାଙ୍କ ଜୀବନ ସହ ଜଡିତ କାହାଣୀ ଶୁଣାଇଛନ୍ତି । ରାଜ ଶମାନୀଙ୍କ ପୋଡକାଷ୍ଟରେ ତାଙ୍କର ସଂଘର୍ଷ ବିଷୟରେ ଶାହିଦ କହିଛନ୍ତି, ମୋ ବାପା ଜଣେ ଅଭିନେତା ଏବଂ ମୋ ମା\’ ୧୫ ବର୍ଷ ବୟସରୁ ଜଣେ କଥକ ନୃତ୍ୟଶିଳ୍ପୀ । ମୁଁ ଭଡା ଘରେ ରହିଥିଲି । ମୁଁ ଅନେକ ଅଡିସନ୍‌ ଦେଇଛି । ମୋତେ କୌଣସି ସୁବିଧା ମିଳିନଥିଲା । ମୋର ପରିସ୍ଥିତି ଯୋଗୁଁ ମୁଁ ଜୀବନସାରା ନିଜକୁ ଶିକାର ଭଳି ଅନୁଭବ କରିଛି । କିନ୍ତୁ କିଛି ଲୋକ ବିଏମ୍‌ଡବ୍ଲୁରେ ସଂଘର୍ଷ କରନ୍ତି । ସେମାନେ ଦେଶର ଶ୍ରେଷ୍ଠ ୨-୩ ନିର୍ଦ୍ଦେଶକଙ୍କ ସହ ତାଙ୍କର ଯାତ୍ରା ଆରମ୍ଭ କରନ୍ତି । କିନ୍ତୁ ମୁଁ ୨୫୦ ଅଡିସନ ଦେବା ପରେ ଆସିଛି । ମୋର ପରିସ୍ଥିତି
ମୋତେ ସପୋର୍ଟ କଲା ନାହିଁ । ଶାହିଦ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ତାଙ୍କର ଫ୍ୟାଶନ ସେନ୍ସକୁ ବହୁତ ପ୍ରଶଂସା କରାଯାଉଛି । ଲୋକ କହୁଛନ୍ତି ଶାହିଦଙ୍କ ଫ୍ୟାଶନ୍ ସେନ୍ସ ବହୁତ ଭଲ । କିନ୍ତୁ ମୁଁ ଏଭଳି ଜିନିଷ ଉପରେ ହସୁଛି, କାରଣ ମୋର ମନେ ଅଛି ସେହି ସମୟ ଯେତେବେଳେ ମୋ ପାଖରେ ଲୋଖଣ୍ଡୱାଲାରୁ ପୋଷାକ କିଣିବାକୁ ବି ଟଙ୍କା ନଥିଲା

Leave A Reply

Your email address will not be published.