କୃଷକଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର

0 94

ନୂଆଦିଲ୍ଲୀ, : ବୁଧବାର (୨୮ ମେ\’ ୨୦୨୫) କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି । ଏଥିପାଇଁ ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, \”କୃଷକମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଗତ ୧୦-୧୧ ବର୍ଷ ମଧ୍ୟରେ ଖରିଫ ଫସଲ ପାଇଁ ଏମ୍‌ଏସ୍‌ପିରେ ଏକ ବଡ଼ ବୃଦ୍ଧି କରାଯାଇଛି । ଏଥର ୨୦୨୫- ୨୬ ଖରିଫ ଋତୁ ପାଇଁ ମ୍‌ଏସ୍‌ପିକୁ କ୍ୟାବିନେଟ ଅନୁମୋଦନ କରିଛି । ମୋଟ ପରିମାଣ ପ୍ରାୟ ୨,୦୭,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପ୍ରତ୍ୟେକ ଫସଲ ପାଇଁ ଖର୍ଚ୍ଚ ସହିତ ୫୦ ପ୍ରତିଶତ ହିସାବରେ ନିଆଯାଇଛି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଚାଷୀଙ୍କ ପାଇଁ ସୁଧ ଛାଡ ବଜାୟ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯାହାର ମୂଲ୍ୟ ୧୫ ହଜାର ୬୪୨ କୋଟି ଟଙ୍କା ହେବ । ସେ କହିଛନ୍ତି, \”କିଷାନ କ୍ରେଡିଟ କାର୍ଡ (କେସିସି) ଉପରେ ୪ପ୍ରତିଶତ ସୁଧରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଦେଶରେ ୭.୭୫ କୋଟିରୁ ଅଧିକ କିଷାନ କ୍ରେଡିଟ କାର୍ଡ ଆକାଉଣ୍ଟ ଅଛି । ଏହା ଏବେ କ୍ଷୁଦ୍ର ଏବଂ ସୀମାନ୍ତ ଚାଷୀଙ୍କ ପାଇଁ ଏକ ବଡ଼ ଲାଭ ହେବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର କ୍ୟାବିନେଟ ସୁଧ ସବସିଡି ଯୋଜନାକୁ ମଞ୍ଜୁରୀ ଦେଇଛି । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କିଷାନ କ୍ରେଡିଟ କାର୍ଡ ପ୍ରଚଳନ କରାଯାଇଥିଲା । ଏହା ଚାଷୀମାନଙ୍କୁ ସେମାନଙ୍କ କାମ ପାଇଁ ଋଣ ନେବା ବହୁତ ସହଜ କରିଛି । ଏହି ଯୋଜନାରେ, ଚାଷୀମାନଙ୍କୁ ୪ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବାକୁ ଧ୍ୟାନ ଦିଆଯାଇଛି । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କୌଣସି ଗ୍ୟାରେଣ୍ଟି ନିଆଯିବ ନାହିଁ । ଏହା ସହିତ, ମଧ୍ୟପ୍ରଦେଶର ରତଲାମ ଏବଂ ନାଗଡା ମଧ୍ୟରେ ରେଳ ଲାଇନକୁ ୪ ଲେନ କରିବାକୁ ଅନୁମୋଦନ ଦିଆଯାଇଛି, ଯାହା ୪୧ କିଲୋମିଟର ଲମ୍ବା । ସେହି ସମୟରେ, ମହାରାଷ୍ଟ୍ରର ୱାର୍ଦ୍ଧା ରେଳ ଲାଇନ ଏବଂ ତେଲଙ୍ଗାନାର ବଲ୍ଲାରଶା ରେଳ ଲାଇନକୁ ୪ ଲେନ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର କ୍ୟାବିନେଟ ବଡ଼ଭେଲଗୋପାଭରମ ଗ୍ରାମ (ଏନ୍‌ଏଚ୍‌-୬୭) ରୁ ଆନ୍ଧ୍ର ପ୍ରଦେଶର ଗୁରୁବିନ୍ଦପୁଡି (ଏନ୍‌ଏଚ୍‌-୧୬) ପର୍ଯ୍ୟନ୍ତ ୪ ଲେନ ବିଶିଷ୍ଟ ବଡ଼ଭେଲ-ନେଲୋର ରାଜପଥ ନିର୍ମାଣକୁ ମଞ୍ଜୁରୀ ଦେଇଛି । ଏହି ରାଜପଥର ଲମ୍ବ ୧୦୮.୧୩୪ କିଲୋମିଟର, ଯାହା ପାଇଁ ୩୬୫୩.୧୦ କୋଟି ଟଙ୍କା ଖର୍ଚ୍ଚ ହେବ ।

Leave A Reply

Your email address will not be published.