କେଦାରନାଥ ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଖାଇରେ ଖସି, ୨ ମୃତ

0 53

ନୂଆଦିଲ୍ଲୀ, : ଉତ୍ତରାଖଣ୍ଡର କେଦାରନାଥରେ ବଡ ଅଘଟଣ । କେଦାରନାଥ ଯାତ୍ରା କରୁଥିବା କିଛି ତୀର୍ଥଯାତ୍ରୀଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଛି । ଗୌରୀକୁଣ୍ଡ ଏବଂ ରାମବାଡ଼ା ମଧ୍ୟରେ ପଡ଼ୁଥିବା ଜଙ୍ଗଲ ଚଟ୍ଟିଠାରେ ପୋଲ୍ ନମ୍ବର ୧୫୩ ନିକଟରେ କିଛି ତୀର୍ଥଯାତ୍ରୀ ପାହାଡ଼ରୁ ଘାଇ ତଳକୁ ଖସି ପଡ଼ିଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି । ଜଣେ ତୀର୍ଥଯାତ୍ରୀ ନିଖୋଜ ଥିବାର ମଧ୍ୟ ସୂଚନା ମିଳୁଛି । ଦୁର୍ଘଟଣାର ସୂଚନା ମିଳିବା କ୍ଷଣି ଘଟଣାସ୍ଥଳକୁ ଟିମକୁ ପଠାଇ ଦିଆଯାଇଛି । ଜୁନ୍ ୧୮, ଅର୍ଥାତ ଆଜି ଦିନ ୧୨ ଟା ବେଳେ ଘଟଣା ଘଟିଛି । ଘଟଣା ଘଟିବାର କିଛି ସମୟ ପରେ ଘଟଣାସ୍ଥଳରେ ଟିମ୍ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ଉଦ୍ଧାରକାରୀ ଟିମ୍ ୨ ତୀର୍ଥଯାତ୍ରୀଙ୍କ ମୃତଦେହ ଓ ଜଣେ ଗୁରୁତରଙ୍କୁ ରେସ୍କ୍ୟୁ କରି ଗୌରୀକୁଣ୍ଡ ପ୍ରାଥମିକ ପରୀକ୍ଷା ପାଇଁ ପଠାଇ ଦେଇଛି । ତେବେ ଏଭଳି ଘଟଣା ପ୍ରଥମଥର ନୁହେଁ ଜୁନ୍ ୧୫ ତାରିଖରେ ମଧ୍ୟ ଏଭଳି ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.